www.samajalive.in
Saturday, December 6, 2025
14.1 C
Bhubaneswar

ବୃତ୍ତି ମୋର କୁଟୁମ୍ବ ପୋଷେ

ସୁଆଣ୍ଡୋ : ରାଜ୍ୟ ବାହାରକୁ କାମ କରିବା ପାଇଁ ଦାଦନ ଶ୍ରମିକଙ୍କ ଯାଉଥିବା ବେଳେ ଏମିତି କେତେକ ଲୋକେ ଅଛନ୍ତି ଯେଉଁମାନେ ନିଜ କୌଳିକ ବୃତ୍ତିରେ ପରିବାର ପ୍ରତିପୋଷଣ କରୁଛନ୍ତି। ସେଭଳି ଜଣେ କର୍ମନିଷ୍ଠ ବ୍ୟକ୍ତି ହେଉଛନ୍ତି ପୁରୀ ଜିଲା ସୁଆଣ୍ଡୋ ଗ୍ରାମର ପଞ୍ଚୁ ଭୋଇ (୪୮)। ତାଙ୍କୁ ଅଠର ବର୍ଷ ହୋଇଥିବା ବେଳୁ ସେ ନଡ଼ିଆ ଗଛରୁ ନଡ଼ିଆ ତୋଳି ଆସୁଛନ୍ତି। ଶହେଟି ନଡ଼ିଆ ତୋଳିଲେ ଦଶଟି ନଡ଼ିଆ ମଜୁରୀ ଆକାରରେ ସେ ନେଇଥାଆନ୍ତି। ସେ ଦିନକୁ ୩୦ଟି ଗଛ ଚଢି ନଡ଼ିଆ ତୋଳି ଥାଆନ୍ତି। ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ। ନିଜ ରୋଜଗାରରେ ଝିଅ ବାହାଘର କରି ପାରିଛନ୍ତି। ପୁଅମାନେ ମଧ୍ୟ ରୋଜଗାରକ୍ଷମ ହେଲେଣି। ତଥାପି ସେ ନିଜ ନଡ଼ିଆ ତୋଳିବା କାର୍ଯ୍ୟ ଏବେ ମଧ୍ୟ ଜାରି ରଖିଛନ୍ତି। ଲୋକେ ମଧ୍ୟ ତାଙ୍କ ଉପରେ ଭରଷା ଓ ନିର୍ଭର କରନ୍ତି। ଏ ସମ୍ପର୍କରେ ସେ କହିଛନ୍ତି, ବୃତ୍ତି ମୋର ପୋଷେ କୁଟୁମ୍ବ, ଯେତେ ଦିନ ପାରିବି ନଡ଼ିଆ ତୋଳିବା ବନ୍ଦ କରିବି ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories