ବାଲେଶ୍ୱର : ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ ଜଣେ ସମ୍ପର୍କୀୟ ସାନ ଭାଇ ତା’ର ବଡ଼ ଭାଇ ଓ ଜଣେ ଭାଉଜକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଖଇରା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀରାମପୁର ଗ୍ରାମର ଚନ୍ଦ୍ରଶେଖର କରଙ୍କ ସାନପୁଅ ସତ୍ୟବ୍ରତ କର ଏକ ଧାରୁଆ ଅସ୍ତ୍ରରେ ମଝିଆ ଭାଇ ନାରାୟଣ ପ୍ରସାଦ କରଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ କର ଓ ବଡ଼ ଭାଇ ଦୟାନିଧି କରଙ୍କୁ ଆକ୍ରମଣ କରିଛି। ଅଭିଯୁକ୍ତ ସତ୍ୟବ୍ରତ ଫେରାର ଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories



