ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ଥାନା ଅନ୍ତର୍ଗତ ମହାଲ୍ଲିକପଡ଼ା ପଞ୍ଚାୟତର ଭାବପୁର ଗ୍ରାମରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ବୁଧୁବାର ରାତିରେ ପୀଡ଼ିତା ନିଜେ ହରଭଙ୍ଗା ଥାନାରେ ଅଭିଯୋଗ କରିଛନ୍ତିା ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ୨ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।
ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ସବୁଦିନ ପରି ସେ ଗତ ୫ତାରିଖ ସକାଳେ ନିକଟସ୍ଥ ନାଳକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଭାବପୁର ଗ୍ରାମର ଅଲେଖ ଦିଗାଲ(୪୦) ଏବଂ ହାତୀଗଡ଼ ଗ୍ରାମର ସନ୍ତୋଷ ପ୍ରଧାନ(୩୫) ନାମକ ଦୁଇ ବ୍ୟକ୍ତି ତାଙ୍କୁ ଉଠାଇ ନେଇ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିଥିବା ପୀଡିତା ହରଭଙ୍ଗା ଥାନାରେ ଲିଖୀତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ହରଭଙ୍ଗା ପୁଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ତଦନ୍ତକାରୀ ଅଧିକାରୀ ପୂର୍ଣ୍ଣଚନ୍ଦ୍ର କିଷାନ ସୂଚନା ଦେଇଛନ୍ତିା ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ବୌଦ୍ଧ ପଠାଯାଇଥିବା ପୁଲିସ ସୂଚନା ଦେଇଛି।
ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ; ୨ ଅଟକ
Popular Categories



