ପୁରୀ : ରବିବାର ପୌଷ କୃଷ୍ଣ ତୃତୀୟା ତିଥିରେ ସୂର୍ଯୋଦୟଠାରୁ ସକାଳ ୭ଟା୧୯ ସମୟରେ ରବିପୁଷ୍ୟା ଯୋଗରେ ସମସ୍ତ କୁମ୍ଭକାର ମୃର୍ତ୍ତିକା ପାତ୍ର ଅନୁକୂଳ କରିଛନ୍ତି। କୁମ୍ଭକାର ନିଯୋଗ ସାଧାରଣ ସଭାର ନିଷ୍ପତ୍ତି କ୍ରମେ ଏହି ଶୁଭ ଅନୁକୂଳ ସମୟ ନିର୍ଘଣ୍ଟ କରାଯାଇଥିଲା। ନିର୍ଦ୍ଧାରିତ ସମୟରେ ନିଯୋଗର ସମସ୍ତ ସଦସ୍ୟ ମାଟି ଅନୁକୂଳ କରିଥିଲେ। ସୂଚନା ଯୋଗ୍ୟ, ଗତ କୁରାଳ ପଞ୍ଚମୀ ଠାରୁ କୁମ୍ଭକାରମାନେ ସେମାନଙ୍କର ହାଣ୍ଡିକୁଡ଼ୁଆ କାର୍ଯ୍ୟ ବନ୍ଦ କରିଥିଲେ। ଆଜି ମାଟି ଅନୁକୂଳ କରି ଆସନ୍ତା ବର୍ଷ ପାଇଁ ହାଣ୍ଡିଗଢା କାର୍ଯ୍ୟ ଆରମ୍ଭ କରିଛନ୍ତି।
Popular Categories



