ଫୁଲବାଣୀ ପଂଚାୟତ ସମିତି ସାଧାରଣ ବୌଠକ

ଫୁଲବାଣୀ: ବୁଧବାର ଫୁଲବାଣୀ ପଂଚାୟତ ସମିତି ସଭାଗୃହରେ ପଂଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, କୃଷି, ଉଦ୍ୟାନ କୃଷି ଆଦି ବିଷୟରେ ଆଲୋଚନା ହୋଇଥିଲା। ଏଥି ସହିତ ମଧୁବାବୁ ପେନସନ ଯୋଜନାରେ ନୂତନ ଭାବେ ୧୧ଟି ପଂଚାୟତର ୬୮ ଜଣ ହିତାଧିକାରୀଙ୍କୁ ଭତା ପ୍ରଦାନ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିନି ମାସ ଭିତରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ୪୫୧ଜଣ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ତେବେ ମୋ ଘର ଯୋଜନା ପାଇଁ ଏକ ମାସରେ ସମୁଦାୟ ୩ ଜଣକୁ ଋଣ ପ୍ରଦାନ କରାଯାଇଛି।

Comments are closed.