ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ପ୍ଲାଷ୍ଟିକ ମୁକ୍ତ ସମ୍ପ୍ରସାରିତ କାର୍ୟ୍ୟକ୍ରମ

ସମ୍ବଲପୁର: ଏକ ସୁସ୍ଥ ଏବଂ ସୁନ୍ଦର ସମାଜ ଗଠନରେ ଯୁବ ଛାତ୍ର ଛାତ୍ରୀମାନଙ୍କର ଅବଦାନ ଅତୁଳନୀୟ। ତେଣୁ ଏହି ସୁସ୍ତ ସମାଜର ପରିକଳ୍ପନା ଏକ ସୁସ୍ତ ପରିବେଶରୁ ହିଁ ଆରମ୍ଭ ହୋଇଥାଏ। ଏହି ସନ୍ଦେଶକୁ ଜନ ମାନସରେ ପହଂଚାଇବା ଲକ୍ଷରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓଡିଶା ସରକାରଙ୍କ ନୂଆ ଓ କାର୍ୟ୍ୟକ୍ରମକୁ ମାଧ୍ୟମରେ ସମ୍ବଲପୁରକୁ ଏକ ସୁସ୍ତ ପରିବେଶ ଗଠନ ଲକ୍ଷରେ ଏକ ଅଭିନବ ପ୍ରୟାସ ଆଜି ଆରମ୍ଭ କରିଛି। ପ୍ଲାଷ୍ଟିକ ମୁକ୍ତ ପରିବେଶ ଶୀର୍ଷକ ଏହି କାର୍ୟ୍ୟକ୍ରମକୁ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଏନ୍. ନାଗରାଜୁ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା। ନୂଆ ଓ କାର୍ୟ୍ୟକ୍ରମର ସଂଯୋଜକ ତଥା ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ଡ଼. ଅତୁଲ କୁମାର ପ୍ରଧାନ ଏହି କାର୍ୟ୍ୟକ୍ରମର ଲକ୍ଷ୍ୟ, ଉପଯୋଗୀତା ଏବଂ ଏହାର ସୁଦୁରପ୍ରସାରୀ ଲାଭ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଏହି କାର୍ୟ୍ୟକ୍ରମରେ ଶହେରୁ ଅଧିକ ଛାତ୍ରଛାତ୍ରୀ ମାନେ ଯୋଗଦାନ କରି ବିଶ୍ଵବିଦ୍ୟଳୟର ମୁଖ୍ୟ ଫାଟକରୁ ଆରମ୍ଭ କରି ଫାଟକ ବଜ଼ାର, ମାଲିପଡା, ଷ୍ଟେସନ ରୋଡ ଆଦି ସ୍ଥାନରେ ଏକ ସଚେତନତା ପଦଯାତ୍ରା କରିଥିଲେ। ଏହା ବ୍ୟତୀତ ସମସ୍ତ ଦୋକାନୀମାନଙ୍କୁ ପ୍ଲାଷ୍ଟିକ୍ ଛାଡି କପଡା ଏବଂ କାଗଜରେ ତିଆରି ଜିନିଷକୁ ବ୍ୟବହାର କରିବାକୁ ବୁଝାଇଥିଲେ। ଏହି କାର୍ୟ୍ୟକ୍ରମରେ ସହ ସଂଯୋଜକ ଏବଂ ଜାତୀୟ ସେବା ଯୋଜନାର ଡ଼. ନିନା ଦାସ ଏବଂ ଛାତ୍ର ମଙ୍ଗଳ ଅଧିକାରୀ ନୀଳମାଧବ ପ୍ରଧାନ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

Comments are closed.