www.samajalive.in
Sunday, December 14, 2025
26.1 C
Bhubaneswar

ସହକର୍ମୀଙ୍କ ସହ ଶିକ୍ଷା ରଥକୁ ସ୍ୱାଗତ କଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ

କଲମପୁର: ଅଧାରୁ ପାଠରେ ଡୋରି ବାନ୍ଧିଥିବା ଅଥବା ପ୍ରାଥମିକ ଶିକ୍ଷା ପାଉନଥିବା ପିଲାଙ୍କୁ ବିଦ୍ୟାଳୟ ମୁହାଁ କରାଇ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ଶିକ୍ଷା ରଥ ପରିକ୍ରମା ଦ୍ୱାରା ଲୋକଙ୍କୁ ସଚେତନାତା କରାଯାଉଛି। ଏହି ରଥ ବ୍ଲକ, ପଂଚାୟତ ଏବଂ ଗ୍ରାମାଭିମୁଖି ହେଇ ଲୋକଙ୍କୁ ଶିକ୍ଷା ସମ୍ବନ୍ଧୀୟ ସଚେତନତା କରାଉଛି। ମଙ୍ଗଳବାର ଏହି ଶିକ୍ଷା ରଥ କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପହଂଚିଥିଲା। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ଅଭିଯାନର ଗୋଷ୍ଠୀ ସଂଯୋଜକ ହେମନ୍ତ କୁମାର ପଣ୍ଡା, ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ଶୁସିଳ କୁମାର ମୁଣ୍ଡ, ବରଗାଁ ସାଧନ କେନ୍ଦ୍ର ସଂଯୋଜକ ମନୋଜ କୁମାର ମେହେର, ଶିକ୍ଷକ ମନ୍ମଥ କୁମାର ମିଶ୍ର, ଶମ୍ଭୁ ପ୍ରସାଦ ନାଗ, ସମୀର କୁମାର ବେହେରା, ଦେବେନ୍ଦ୍ର ନାଥ ଶବର, ଶୁସାନ୍ତ କୁମାର ପଣ୍ଡା ପ୍ରମୁଖ କର୍ମଚାରୀଙ୍କ ଉପସ୍ଥିତିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକ ଶିକ୍ଷା ରଥକୁ ସ୍ୱାଗତ କରିଥିଲେ। ଏହାସହ ବ୍ଲକର ୧୧ ଗୋଟି ପଂଚାୟତର ୫୫ ଖଣ୍ଡ ଗ୍ରାମ ପରିକ୍ରମା କରିବା ପାଇଁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories