ଗୋପାଳପୁର କଲେଜରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ

ଗୋପାଳପୁର: ଗୋପାଳପୁର କଲେଜରେ ଆଜି ଯୁବ ଓଡ଼ିଶା ନବୀନ ଓଡ଼ିଶା ଆନୁକୁଲ୍ୟରେ ପ୍ଲାଷ୍ଟିକ ବର୍ଜନ ସକାଶେ ଏକ ରାଲି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କଲେଜର ପରିଚାଳନାର ସଭାପତି ସି ଏଚ ଡିଲେଶ୍ୱର ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଲେଜର ପୂର୍ବତନ ଅଧକ୍ଷ ଏସ.ରାମାରାଓ, ଏନଏସି ଅଧକ୍ଷ ଏ.ଜାନକୀ ରାମ, ସମାଜସେବୀ ଏସ. ଧର୍ମରାଜ ରେଡ୍ଡୀ, ଅଧ୍ୟକ୍ଷ ଡଃ ରାମ ପ୍ରସାଦ ପଣ୍ଡା ଉପସ୍ଥିତ ଥିଲେ। ରାଲି ଗୋପାଳପୁର ନଗର ପରିକ୍ରମା କରି ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନତା କରାଇଥିଲା। ଏଥିରେ ନୋଡାଲ ଅଫିସର ଗିରିଶ ଚନ୍ଦ୍ର ବେହେରା, ଡଃ ପୁରୁଷୋତ୍ତମ ସାହୁ, ଡଃ ରାମ ଚନ୍ଦ୍ର ଜେନା, ଉମାକlନ୍ତ ସାହୁ, ଡଃ କଳା ଚାନ୍ଦ ଦାସ, ଡଃ ମୋନାଜ୍ ପଟ୍ଟନାୟକ, ଡଃ ଗଜପତି ରାଓ, ଜି.ଗଣେଶ, ଅନିଲ ଯାଦବ, ଏ.ପ୍ରସାଦ, ବି .ରାଜା ରାଓ, ବି.ସି. ଦୋରା ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.