ରାଜ୍ୟସ୍ତରୀୟ ଟୁନୂ ପଣ୍ଡା ମେମୋରିଆଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅତାବିରା ଏଥେଲେଟିକ୍ ଏସୋସିଏସନର ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଟୁନୂପଣ୍ଡା ମେମୋରିଆଲ ବ୍ୟାଡମିଣ୍ଟନ ଉଦଘାଟିତ ହୋଇ ଯାଇଛି। ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ସମଗ୍ର ଓଡ଼ିଶାରୁ ୫୨ ଯୋଡ଼ି ବ୍ୟାଡମିଣ୍ଟନ ଖେଳାଳି ଏଥିରେ ସାମିଲ ହୋଇଥିବା ବେଳେ ପ୍ରଥମେ ବଲାଙ୍ଗୀରର ଚିଣ୍ଟି ଓ ଇର୍ଫାନ୍ ଏବଂ ରାଉରକେଲାର ସଲିମ୍ ଓ ରାକେଶ ଏହି ଦୁଇ ଯୋଡ଼ି ମଧ୍ୟରେ ଖେଳ ହୋଇଥିଲା। ଓଡ଼ିଶା ଷ୍ଟେଟ ବ୍ୟାଡମିଣ୍ଟନ ଆସୋସିଏସନର ଅମ୍ପାୟାର ବାବୁଲୁ ପ୍ରଧାନ ଓ ପ୍ରଦୀପ କୁମାର ପାଣିଗ୍ରାହୀ ଖେଳ ପରିଚାଳନା କରିଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ତୁଷାରକାନ୍ତ ମିଶ୍ର, ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂର୍ଯ୍ୟକୁମାର ନାଏକ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟନାରାୟଣ ତାଣ୍ଡି, ମାହେଶ୍ୱରୀ ନର୍ସିଂ କଲେଜ ବରଗଡ଼ର ପ୍ରତିଷ୍ଠାତା ଫକୀର କର୍ଣ୍ଣ, ଏନଏସି ଅଧ୍ୟକ୍ଷ ବନମାଳୀ ବରିହା, ପୂର୍ବତନ ଖେଳ ଓ ଶାରୀରିକ ନିରୀକ୍ଷକ ତ୍ରୈଲୋକ୍ୟ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

Comments are closed.