www.samajalive.in
Sunday, December 7, 2025
13.1 C
Bhubaneswar

କନ୍ଧମାଳ ଜିଲ୍ଲାସ୍ତରୀୟ ଫୁଟବଲ ଲିଗ୍‌‌ ଉଦଯାପିତ, ସ୍ପୋର୍ଟ୍ସ ହଷ୍ଟେଲ ଚମ୍ପିଅନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦ୍‌‌ଯାପିତ ହୋଇଯାଇଛି। ଆଜି ଫାଇନାଲ ପ୍ରତିଯୋଗୀତାରେ ଫୁଲବାଣୀର ଟାଇ ବ୍ରେକରରେ ସ୍ପୋର୍ଟ୍ସ ହଷ୍ଟେଲ ଠାରୁ ଚମ୍ପିଅନ ହୋଇଛି। ଗତ ୮ ତାରିଖରେ ଫୁଲବାଣୀ କରୋନେସନ ପଡ଼ିଆରେ ଏହି ଜିଲ୍ଲା ସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା। ଉଦଘାଟନୀ କାର୍ଯ୍ୟକ୍ରମକୁ ଫୁଲବାଣୀ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ ଉଦଘାଟନ କରିଥିଲେ। ପ୍ରତିଯୋଗୀତାରେ ଜିଲ୍ଲାର ଘୁ.ଉଦୟଗିରି, ଫିରିଙ୍ଗିଆ, ରାଇକିଆ, ବୁଡାଦାନି ଏବଂ ଫୁଲବାଣୀର ନେତାଜୀ କ୍ଲବ, ପେଞ୍ଜିସାହି, ଡାମିଗାଁ ଆଦି ସମେତ ସମୁଦାୟ ୧୬ଟି ଫୁଟବଲ ଦଳ ଭାଗ ନେଇଥିଲେ। ସେମି ଫାଇନାଲରେ ଫୁଟବଲ ଆସୋସିଏସନ ଏବଂ ଜେଡିକ୍ଲବ ମଧ୍ୟରେ ଏବଂ ଅନ୍ୟଟି ସ୍ପୋର୍ଟ୍ସ ହଷ୍ଟେଲ ଓ ଫିରିଙ୍ଗିଆ ମଧ୍ୟରେ ହୋଇଥିଲା। ସେମାନଙ୍କ ମଧ୍ୟରୁ ସ୍ପୋର୍ଟ୍ସ ହଷ୍ଟେଲ ଏବଂ ଜେଡି କ୍ଲବ ଫାଇନାଲରେ ପହଂଚିଥିଲେ ଓ ଆଜି ଫାଇନାଲ୍‌‌ ମ୍ୟାଚ୍‌‌ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ପୁର୍ଣ୍ଣ ଖେଳରେ କେହି କାହାକୁ ଗୋଲ ଦେବାରେ ସକ୍ଷମ ହୋଇନଥିଲେ। ଶେଷରେ ଟାଇବ୍ରେକର ଜରିଆରେ ରେଫରି ଖେଳର ନିର୍ଣ୍ଣୟ ନେଇଥିଲେ। ଏଥିରେ ସ୍ପୋର୍ଟ୍ସ ହଷ୍ଟେଲ ଚମ୍ପିଅନ ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories