www.samajalive.in
Sunday, December 7, 2025
16.1 C
Bhubaneswar

କନ୍ଦା ଜାତୀୟ ଦ୍ରବ୍ୟର ପ୍ରକ୍ରିୟାକରଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଫୁଲବାଣୀ: ସମନ୍ୱିତ କୃଷି ଓ ରାଇକିଅ ମିଲେଟ୍‌‌ ମିଶନ୍‌ର ମିଳିତ ଉଦ୍ୟମ ଏବଂ ସ୍ୱେଛାସେବି ଅନୁଷ୍ଠାନ ସ୍ୱାତୀ ପକ୍ଷରୁ ପେଟାପାଙ୍ଗା ଗ୍ରାମପଂଚାୟତ ଠାରେ ୫ ଗୋଟି ସ୍ୱୟଂସହାୟକ ଦଳର ୫୦ ଜଣ ମହିଳା ଙ୍କୁ ନେଇ କନ୍ଦା ଜାତୀୟ ଦ୍ରବ୍ୟର ପ୍ରକ୍ରୀୟାକରଣ ପାଇଁ ଦୁଇଦିନିଆ ପ୍ରଶିକ୍ଷଣ ଆରମ୍ଭ ହୋଇଛି। କିଟ୍‌‌ ଅନୁଷ୍ଠାନ ଭୂବନେଶ୍ୱରରୁ ତାଲିମ ଦାତା ଭାବେ ସମ୍ବଳ ବୈଜ୍ଞାନିକ ଡାକ୍ତର ଉମେଶ ଚନ୍ଦ୍ର ଦାଶ ଓ ପ୍ରକଳ୍ପ ସହଯୋଗି ସୌମ୍ୟରଞନ ମହାନ୍ତି, ସରିତା ବିଶ୍ୱାଳ ଓ ପୁର୍ନିମା ଭାରତୀ ମହାପାତ୍ର ଯୋଗ ଦେଇ ଗ୍ରାମାଂଚଳରେ ଉପଲ୍ୱଧ ଶିମିଳି କନ୍ଦା, ସାକର କନ୍ଦା, କାଠ କନ୍ଦା ଇତ୍ୟାଦିକୁ କିପରି ପ୍ରକ୍ରୀୟାକରଣ କରି ସେଥିରୁ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ଭଲ ରୋଜଗାର କରିହେବ ତାଉପରେ ପ୍ରତ୍ୟକ୍ଷ ଭାବେ ଚିପ୍ସ୍‌‌, ସେଉ, ଗାଂଠିଆ, ଦାନ୍ତଖିଲି ଓ ଯାମ୍‌‌ ଇତ୍ୟାଦି ତିଆରି କରି ଦେଖାଇଥିଲେ। ଅନୁଷ୍ଠାନର ସମ୍ପାଦକ ଇଂ. ହରି ଶଙ୍କର ରାଉତ ରୋଜଗାର ଭିତିକ ତାଲିମ୍‌‌ ନିଶ୍ଚିତ ଭାବେ ମହିଳା ମାନଙ୍କୁ ରୋଜଗାର ଦେବା ସହ ଆର୍ଥିକ ସୁଧାର ଅଣିପାରିବ ବୋଲି ପ୍ରକାଶ କରିଥିଲେ। ଆଗାମି ଦିନରେ ଡଡିଙ୍ଗିଆ ପଂଚାୟତର ସ୍ୱୟଂସହାୟକ ଦଳର ମହିଳାଙ୍କୁ ତାଲିମ ଦିଆଯିବ ବୋଲି କହିଥିଲେ। ବରିଷ୍ଠ କର୍ମୀ ଗିରିଶ ଚନ୍ଦ୍ର ସାମଲ, ବିଶ୍ୱରଞନ ଦଳବେହେରା ପରିଚାଳନାରେ ସହଯୋଗ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories