www.samajalive.in
Saturday, December 6, 2025
26.1 C
Bhubaneswar

ବଣଭୋଜି ସମୟରେ ସାଲୁଙ୍କୀ ନଦୀରେ ବୁଡି ଯୁବକ ମୃତ

ଫୁଲବାଣୀ: ବଣଭୋଜି କରିବାକୁ ଯାଇଥିବା ଜନୈକ ଯୁବକ ନଦୀରେ ବୁଡିଯାଇ ମୃତ୍ୟୁ ବରଣ କରିଛନ୍ତି। ମୃତକ ଜଣକ ହେଲେ ଫୁଲବାଣୀ ଗଣେଶ ବଜାରର ବ୍ୟବସାୟୀ ରାମାରାଓ ପାତ୍ରଙ୍କ ପୁଅ ଜଗଦୀଶ ପାତ୍ର (୨୬)। ସୂଚନା ଅନୁଯାୟୀ, ଶୁକ୍ରବାରରେ ଫୁଲବାଣୀ ସହରର ଗଣେଷ ବଜାର ସବୁମାସ ପରି ଆଜି ମଧ୍ୟ ସମସ୍ତ ଦୋକାନ ବଜାର ବନ୍ଦଥିବା ଯୋଗୁଁ ଜଗଦୀଶ ତାହାର ଅନ୍ୟ ସାଙ୍ଗ ଅଜିତ୍‌‌ ପାତ୍ର, ରବୀନ୍ଦ୍ର ନାୟକ, ରାଜ ସାହୁ ଓ ସରୋଜ କୁମାର ସାହୁ ସହିତ ମିଶି ସହର ନିକଟସ୍ଥ ତୁଡିପାଜୁ ପଞ୍ଚାୟତ ବୁଢାଦାନୀ ଗ୍ରାମ ନିକଟ ସାଲୁଙ୍କୀ ନଦୀକୁ ବଣଭୋଜି କରିବା ପାଇଁ କାଠପୋଲ ନିକଟକୁ ଯାଇଥିଲେ। ନଦୀରେ ଗାଧୋଇବା ସମୟରେ ଜଗଦିଶ୍‌‌ ଏବଂ ଅଜିତର ଗୋଡ ଖସିଯିବାରୁ ଉଭୟ ପାଣି ଭିତରକୁ ଖସି ପଡ଼ିଥିଲେ। ଅଜିତ୍‌‌ କୌଣସି ପ୍ରକାର ବାହାରକୁ ବାହାରି ଆସିବାରେ ସକ୍ଷମ ହୋଇଥିଲେ ମଧ୍ୟ ଜଗଦିଶ୍‌‌ ନଦୀର ଏକ ପଥରରେ ଲାଗିଯାଇ ବାହାରକୁ ଆସିପାରିନଥିଲେ। ପାଣି ତଳେ ଥିବା ପଥରରେ ତାଙ୍କର ମୁଣ୍ଡ ମାଡ ହୋଇ ଯାଇଥିଲା।

ତେବେ ଟିମ୍‌‌ ହ୍ୟୁମାନିଟ୍‌‌ କନ୍ଧମାଳ ଏବଂ ଫୁଲବାଣୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ସଦର ଥାନା ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

Hot this week

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

Related Articles

Popular Categories