ତାଲୁକ ଆଇନ ସେବା ସମିତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

କୋକସରା: କୋକସରା ତାଲୁକ ଆଇନ ସେବା ସମିତି ପକ୍ଷରୁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହ ଠାରେ ତାଳୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଜର୍ଜ ରୀତିକା ଜେନାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ପୋଶ ଆକ୍ଟ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ଼ ତତ୍ତ୍ୱଦର୍ଶି ଦାସ, ପି.ଏଚ.ଇ. ଓ ଶର୍ମିଲା ଛତ୍ରୀୟା, ଡ଼ ଅଭିଷେକ ବେହେରା, ଡ଼ ମାନବେଶ ମହାପାତ୍ର, ତାଲୁକ ଆଇନ ସେବା ସମିତିର ରିଟେନର ରସିକ ରାଜ ଦୁର୍ଗା, କୋକସରା ବାର ଏସୋସେସନର ସମ୍ପାଦକ ଲକ୍ଷ୍ମୀଧର ମେହେର, ଆଇନଜୀବୀ ମନୋଜ କୁମାର ନାଏକ, ଆଇନଜୀବୀ ଜଗା ପଟ୍ଟନାୟକ ଓ କୋର୍ଟ କର୍ମଚାରୀ ସମେତ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Comments are closed.