ମନ୍ଦିର ପରିସରରୁ ଅଜଗର ଉଦ୍ଧାର

ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ ଅରଖପାଟଣା ଗ୍ରାମର ରାଧାକୃଷ୍ଣ ମନ୍ଦିର ପରିସରରୁ ଏକ ୬ଫୁଟ ଲମ୍ବ ଅଜଗର ସାପ ମଙ୍ଗଳବାର ସକାଳେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ମନ୍ଦିର ପରିସରରେ ସାପକୁ ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ। ଗ୍ରାମବାସୀଙ୍କଠାରୁ ସୂଚନା ପାଇଁ ଆଠଗଡ଼ରୁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅସିତ୍‌‌ କୁମାର ପ୍ରଧାନ ତୁରନ୍ତ ଅରଖପାଟଣା ଯାଇ ମନ୍ଦିର ମଧ୍ୟରୁ ଅତି ସତର୍କତାର ସହ ସାପଟିକୁ ଉଦ୍ଧାର କରିଥିଲେ। ସେଠାରେ ଅଧିକ ଜନସମାଗମ ହେବାରୁ ପ୍ରଥମେ ଲୋକମାନଙ୍କୁ ଭିଡ କମାଇବା ପାଇଁ ଅନୁରୋଧ କରିବା ପରେ ଅସିତ୍‌‌ ସାପଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ବନବିଭାଗ ଉପସ୍ଥିତିରେ ସାପଟିକୁ ତାର ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯାଇଥିବା ଜଣାପଡ଼ିଛି।

Comments are closed.