ବର୍ଷ ବର୍ଷ ଧରି ଅଧପନ୍ତରା ଲକ୍ଷାଧିକ ଟଙ୍କାର ରୋଷଇ ଘର

ଫୁଲବାଣୀ: ଫୁଲବାଣୀ ଆଇଟିଡ଼ିଏ ଦ୍ୱାରା ଅନୁଦାନ ଦିଆ ଯାଇଥିବା ଲକ୍ଷାଧିକ ଟଙ୍କାର ରୋଷେଇ ଘର ଦୀର୍ଘ ୨ ବର୍ଷରୁ ଅଧିକ ହେବ ଅଧା କାର୍ୟ୍ୟ ସରି ପଡି ରହିବା ଏବଂ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ମନମୁଖୀ କାର୍ୟ୍ୟରୁ ଠିକାଦାରଙ୍କୁ ଟଙ୍କା ନ ମିଳିବା ଯୋଗୁଁ ପଡି ରହି ନଷ୍ଟ ହେବାକୁ ବସିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଘଟଣା ପ୍ରଘଟ ପରେ ଚତୁରତାର ସହିତ କନିଷ୍ଠ ଯନ୍ତ୍ରୀ ଅନ୍ୟ ଠିକାଦାରକୁ ଲଗାଇ କାର୍ୟ୍ୟ କରୁଥିବା ଯୋଗୁଁ ଟଙ୍କା ମିଳି ନଥିବା ଠିକାଦାର ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି।

prayash

ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ ଶୁଣ୍ଢିଗାଁ ରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ତରଫରୁ ଜାତି ଓ ଜନଜାତି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶହେ ଶଯ୍ୟା ବିଶିଷ୍ଟ ଆଦିବାସୀ ଆବାସିକ ଛାତ୍ରୀ ନିବାସ ଗୃହ ନିର୍ମାଣ କରାଯାଇଥିବା ବେଳେ ଛାତ୍ରୀ ମାନଙ୍କ ପାଇଁ ରୋଷେଇ ଘର ନିମନ୍ତେ ୬ ଲକ୍ଷରୁ ଅଧିକ ବ୍ୟୟ ଅଟକଳରେ ଏକ ରୋଷେଇ ଘର ନିର୍ମାଣ ପାଇଁ ଅନୁଦାନ ଦିଆ ଯାଇଛି। ୨ ବର୍ଷ ହେବ ଫିରିଙ୍ଗିଆ ଅଞ୍ଚଳର ଜଣେ ଠିକାଦାରକୁ ୬ ଲକ୍ଷ ଟଙ୍କାରେ କାର୍ୟ୍ୟ କରିବା ପାଇଁ ଦିଆଯାଇଥିଲା ତେବେ ଠିକାଦାର ଜଣକ କାର୍ଯ୍ୟ ଆରମ୍ବ କରି ଫାଉଣ୍ଡେସନ ସହ ଘରର ନିମଣ୍ଟାଲ ପର୍ୟ୍ୟନ୍ତ କାର୍ୟ୍ୟ ସମାପ୍ତ କରିଥିଲେ। ଅନ୍ୟପଟେ ସମ୍ପୃକ୍ତ ଠିକାଦାରଙ୍କୁ ଫାଉଣ୍ଡେସନ ବିଲ ବାବଦକୁ ଅଳ୍ପ କିଛି ଟଙ୍କା ଦେବା ପରେ କାମ କରାଇବା ପରିବର୍ତ୍ତେ ଓ ଟଙ୍କା ବିଲ କରିବା ପରିବର୍ତ୍ତେ କନିଷ୍ଠ ଯନ୍ତ୍ରୀ ଛୋଟରାଏ ମାଝୀ ମନମୁଖୀ ଭାବରେ ଜାଣିଶୁଣି ଅନ୍ୟ ଏକ ଠିକାଦାରକୁ ଲଗାଇ କାର୍ୟ୍ୟ କରୁଥିବା ଜଣାପଡିଛି। ଏହି ଘଟଣା ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଛୋଟରାଏ ମାଝୀଙ୍କୁ ପଚାରିବାରୁ ଘଟଣାରେ ଦୀର୍ଘ ଦିନ ଧରି ପଡି ରହିବା କଥାକୁ ସ୍ୱୀକାର କରିଥିବା ବେଳେ ପୂର୍ବରୁ କାମ କରୁଥିବା ଠିକାଦାରକୁ କିଛି ଟଙ୍କା ଦେବା ପାଇଁ ରହିଛି ଓ ଅନ୍ୟ ଏକ ଠିକାଦାରକୁ ଲଗାଇ କାର୍ୟ୍ୟ କରାଯାଉଛି ବୋଲି ସଫେଇ ଦେଇଛନ୍ତି।

kalyan agarbati

Comments are closed.