ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବ୍ଲକସ୍ତରୀୟ ସମ୍ମିଳନୀ

ଘଣ୍ଟାପଡା: ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଦ୍ଵିତୀୟ ବ୍ଲକ ସ୍ତରୀୟ ମାସିକ ଆଲୋଚନା କଣ୍ଟାମାଳ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ କୁମାର ପ୍ରଧାନ ସଭାପତିତ୍ବ କରିଥିଲେ। ମୁଖ୍ୟଅତିଥି ଭାବରେ କଣ୍ଟାମାଳ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନୋଜ୍ କୁମାର ସେଠୀ ଯୋଗ ଦେଇ ହାଉସ ସିଷ୍ଟମ, କ୍ଲବ ସିଷ୍ଟମ୍, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ସାଇକଲ ବ୍ରାଣ୍ଡ ଓ ୫ଟି ବିଦ୍ୟାଳୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ଦିଗଦର୍ଶନ ଦେଇଥିଲେ। ବୈଠକରେ କଣ୍ଟାମାଳ ବ୍ଲକ ଅନ୍ତର୍ଗତ ୨୯ଟି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଯୋଗଦେଇ ନିଜର ବିଦ୍ୟାଳୟରେ ସରକାରଙ୍କ ଏହି ଯୋଜନାକୁ ସଫଳ କାର୍ଯ୍ୟକାରୀ ବାର୍ତ୍ତା ଦେଇଥିଲେ।

Comments are closed.