www.samajalive.in
Sunday, December 14, 2025
14.1 C
Bhubaneswar

ଜାତୀୟ ଭଲିବଲ୍‌‌ ଖେଳାଳି ଲମ୍ବୋଦରଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଫୁଲବାଣୀ: କନ୍ଧମାଳ ଜିଲା ପାଇଁ ଗୌରବ ଆଣିଥିବା କୋଟଗଡ଼଼ ବ୍ଳକ ଅନ୍ତର୍ଗତ ଅନୂସୁଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧିନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ କୋଟଗଡ଼଼ର ଛାତ୍ର ଲମ୍ବୋଦର ମାଝୀ ଜାତୀୟ ସ୍ତରରେ ୧୭ ବର୍ଷରୁ କମ୍‌‌ ବାଳକ ବିଭାଗ ଭଲିବଲ୍‌‌ ପ୍ରତିଯୋଗିତାରେ ଓଡ଼ିଶା ଦଳରେ ସାମିଲ୍‌‌ ହୋଇ ଶ୍ରୀନଗର ଠାରେ ଆୟୋଜିତ ଖେଳରେ ଭାଗନେଇ ଆଜି ସେ ଫେରିବା ପରେ କୋଟଗଡ଼଼ରେ ଖୁସି ଲହରି ଖେଳି ଯାଇଛି। ସାରା ରାଜ୍ୟରେ ଅନୂସୁଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗରୁ ଏକ ମାତ୍ର ଛାତ୍ର ଭାବେ ସେ ମନୋନିତ ହୋଇ କନ୍ଧମାଳ ଜିଲ୍ଳାର ନାମକୁ ଗୌରବାନ୍ୱିତ କରିଛନ୍ତି। ଆଜି ବିଦ୍ୟାଳୟରେ ପହଞ୍ଚିବା ପରେ ବିଦ୍ୟାଳୟ କର୍ତ୍ତୁପକ୍ଷ, ସମସ୍ତ ଛାତ୍ରଛାତ୍ରୀ, ଅଞ୍ଚଳବାସୀ ଏକ ବିରାଟ ପଟୁଆରରେ ତାଙ୍କୁ ସହର ପରିକ୍ରମା କରିବା ସହିତ ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନେଇଥିଲେ। ସେଠାରେ କୋଟଗଡ଼଼ ବିଡ଼ିଓ, ବ୍ଳକ ଅଧ୍ୟକ୍ଷା, ଜିଲା ପରିଷଦ ସଭ୍ୟ, ବ୍ଳକ ମଙ୍ଗଳ ଅଧିକାରୀ, ବ୍ଳକ ଶିକ୍ଷା ଅଧିକାରୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ବ୍ଳକର ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସମେତ କୋଟଗଡ଼଼ ବ୍ଳକର ସାଂସଦ ପ୍ରତିନିଧି ମନୋଜ ସାବତ ଓ ଅନ୍ୟମାନେ ଲମ୍ବୋଦରଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ଲମ୍ବୋଦରଙ୍କ ନିଜ ଘର ତୁମୁଡ଼ବନ୍ଧ ବ୍ଳକ ଅନ୍ତର୍ଗତ ବେଲଘରରେ ହୋଇଥିବା ବେଳେ ସେ ପରବର୍ତ୍ତି ସମୟରେ କୋଟଗଡ଼଼ ସରକାରୀ ଊଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ବର୍ତ୍ତମାନ ସେ ୧୦ମ ଶ୍ରେଣୀର ଛାତ୍ର ବୋଲି ଜଣାଯାଇଛି। ବାପା-ମାଆଙ୍କର ଚାରି ପିଲାଙ୍କ ମଧ୍ୟରୁ ଲମ୍ବୋଦର ଘରର ସବୁଠାରୁ ସାନ ପୁଅ ଅଟେ। ବହୁ ଅଞ୍ଚଳବାସୀ ମଧ୍ୟ ତାଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ।

Hot this week

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

Related Articles

Popular Categories