www.samajalive.in
Sunday, December 14, 2025
26.1 C
Bhubaneswar

ଜାଲ ଫେରସ୍ତ ଆୟକର ଅର୍ଥକୁ ନେଇ ସଚେତନତା

ସମ୍ବଲପୁର: ଆୟକର ବିଭାଗ ପକ୍ଷରୁ ମୂଲ୍ୟାଙ୍କନ ବର୍ଷ ୨୦୨୧-୨୨, ୨୦୨୨-୨୩ ଏବଂ ୨୦୨୩-୨୪ ପାଇଁ ସଂଗୃହିତ ତଥ୍ୟ ଆଧାରରରେ ଏକ ଧାରା ଓ ଢ଼ାଞ୍ଚା ସମ୍ମୁଖକୁ ଆସିଛି, ଯେଉଁଥିରେ ବିଭିନ୍ନ କରଦାତା ବିଶେଷତଃ ବେତନ ପ୍ରାପ୍ତ କରଦାତା ମାନେ ଆୟକର ଅଧିନିୟମ, ୧୯୬୧ ଅନୁଯାୟୀ ଅନେକ ରିହାତି କିମ୍ବା ଛାଡର ଲାଭ ଉଠାଇଛନ୍ତି। ଯାହାକି ସେମାନେ ଦାଖଲ କରିଥିବା ଆୟକର ରିଟର୍ଣ୍ଣରେ ଯୋଗ୍ୟ ନୁହନ୍ତି। ଅନେକ ବେତନପ୍ରାପ୍ତ କରଦାତା ୫୦ ହଜାର ଟଙ୍କାରୁ ଉର୍ଦ୍ଧ ଜାଲ ଫେରସ୍ତ ଦାବି କରି କରି ବେଆଇନ କାର୍ଯ୍ୟରେ ଲିପ୍ତ ରହିଥିବାରୁ ବହୁ ଜାତୀୟ ରାଜସ୍ୱ କ୍ଷତି ଘଟିଛି। ଆୟକର ବିଭାଗ ପକ୍ଷରୁ ଲକ୍ଷ୍ୟ କରାଯାଇଛି ଯେ, ଦାଖଲ ହୋଇଥିବା ଆୟକର ରିଟର୍ଣ୍ଣ ଗୁଡିକରେ ଦାବି କରାଯାଇଥିବା ଏଭଳି ରିହାତି ଗୁଡିକ ବେତନପ୍ରାପ୍ତ କର୍ମଚାରୀଙ୍କ ଉଠାଣ ଓ ବିତରନ ଅଧିକାରୀ (ଡିଡିଓ) ଦ୍ୱାରା ଜାରି କରଯାଇଥିବା ଫର୍ମ ସଂଖ୍ୟା ୧୬ ଏବଂ ୨୬ ଏସଏସରେ ପ୍ରତିଫଳିତ ହୋଇଥିବା ବିବରଣୀ ଗୁଡିକ ସହିତ ମେଳ ଖାଉ ନ ଥିବାରୁ ଏହା ଜାଲ ଫେରସ୍ତ ପ୍ରଦାନ ବୋଲି ଧରାଯାଇଛି। ଏଣୁ ଆୟକର ବିଭାଗର ପ୍ରସାରଣ ଉଦ୍ୟମ ଜରିଆରେ ବିଭିନ୍ନ ସଙ୍ଗଠନର ଉଠାଣ ଓ ବିତରଣ ଅଧିକାରୀ, ଅର୍ଥ ଓ ଆକାଉନ୍ଟ ଅଧିକାରୀ (ସରକାରୀ, ଅଣ ସରକାରୀ ଓ ପିଏସୟୁ) ମାନଙ୍କୁ ସଚେତନ କରିବା ପାଇଁ ଗତ ୬ ତାରିଖରେ ସମ୍ବଲପୁର, ବରଗଡ଼, କେନ୍ଦୁଝର, ଭବାନୀପାଟଣା, ଜୟପୁର, ରାୟଗଡ଼ା, ଫୁଲବାଣୀ, ଝାରସୁଗୁଡା, ରାଉରକେଲା, ବାରିପଦା ଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ସରକାରୀ, ଅଣ ସରକାରୀ ଓ ପିଏସୟୁ ଗୁଡିକର ମୁଖ୍ୟ ହିତାଧିକାରୀ ମାନଙ୍କୁ ସମ୍ବଲପୁର ଆୟକର ମୁଖ୍ୟ ଉପାୟୁକ୍ତଙ୍କ ଅଧିନରେ ଆୟକର ବିଭାଗ ପକ୍ଷରୁ ବୁଧବାର ପୁର୍ନବାର ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ସଚେତନତା କାର୍ଯ୍ୟକ୍ରମରେ ସମ୍ବଲପୁର ଆୟକର ମୁଖ୍ୟ ଉପାୟୁକ୍ତ ଡ. ସରିତା ମିଶ୍ର କୋହ୍ଲେଙ୍କ ନେତତୃ୍‌‌ବରେ ବିଭାଗୀୟ ମୂଖ୍ୟ ମାନଙ୍କୁ ଆୟକର ରିଟର୍ଣ୍ଣ ଗୁଡିକରେ ଭୁଲ ଦାବି କରି ଜାଲ ଫେରସ୍ତ ନେବା, ସଂଶୋଧିତ ରିଟର୍ଣ୍ଣ ଦାଖଲ କରିବା, ଦଣ୍ଡ ବିଧାନ କାର୍ଯ୍ୟ ଆଦି ବିଷୟରେ ବିଭାଗ ପକ୍ଷରୁ ଏହି ଅବସରରେ ସମସ୍ତଙ୍କୁ ସଚେତନ କରାଯାଇଥିଲା ବୋଲି ସୂଚନା ଦିଆଯାଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories