www.samajalive.in
Friday, December 12, 2025
16.1 C
Bhubaneswar

ନଭେମ୍ବର ୧୦ରେ କନ୍ଧମାଳ ବନ୍ଦ

ଫୁଲବାଣୀ: ନଭେମ୍ବର ୧୦ରେ ୧୨ ଘଣ୍ଟିଆ କନ୍ଧମାଳ ଜିଲ୍ଲା ସମ୍ପୁର୍ଣ୍ଣ ବନ୍ଦ ଡାକରାକୁ ନେଇ ଆଜି କନ୍ଧମାଳ ବିକାଶ ପରିଷଦର ଆବାହକ ଗୋଲକ ବିହାରୀ କହଁରଙ୍କ ନେତୃତ୍ବରେ ଫୁଲବାଣୀ ସ୍ଥିତ ବନାନୀ କଳା ପରିଷଦ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଗୋପାଳପୁର-ଫୁଲବାଣୀ-ସମ୍ବଲପୁର ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର ସତ୍ବେ ରାଜ୍ୟ ସରକାରଙ୍କ ଅଧିନରେ ଥିବା ସର୍ଭେ ସଂସ୍ଥା ଓରିଡିଲ୍ (ଓଡିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ) ସଂସ୍ଥା ଶେଷ ପର୍ୟ୍ୟାୟ ସର୍ଭେ ବେଳେ ପୁର୍ବ ମାନଚିତ୍ରକୁ ପରିବର୍ତ୍ତନ କରି ପ୍ରଦର୍ଶନ କରିଥିବା ନୂତନ ମାନଚିତ୍ରରେ ଫୁଲବାଣୀକୁ ବାଦ୍ ଦେଇଥିବା ଅଭିଯୋଗ ହୋଇଛି।

ରାଜ୍ୟ ସରକାରଙ୍କୁ ଏବଂ ସର୍ଭେ ସଂସ୍ଥା ଓରିଡିଲ୍ କୁ ବାରମ୍ବାର ଦାବିପତ୍ର ପ୍ରଦାନ କରିବା ସତ୍ତ୍ୱେ କୌଣସି ଉତ୍ତର ନମିଳିବା କନ୍ଧମାଳ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ସ୍ପଷ୍ଟ ଭାବରେ ବାରି ହୋଇ ପଡ଼ୁଛି ବୋଲି ଶ୍ରୀ କହଁର ଅଭିଯୋଗ କରିଛନ୍ତି। ଅନ୍ୟାନ୍ୟ ରାଜ୍ୟରେ ବହୁ ବଡ ବଡ ପାହାଡ଼ କାଟି ଟ୍ରେନ ଯାତାୟତ କରୁଥିବା ବେଳେ ତା ତୁଳନାରେ କନ୍ଧମାଳ ଜିଲ୍ଲାର ପାହାଡ କିଛି ନୁହେଁ, କନ୍ଧମାଳ ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାକୁ ରେଳ ଆସିଲେ ଆର୍ଥିକ, ଗମନାଗମନ, ବାଣିଜ୍ୟ, ଲଘୁ ବନଜାତ ଦ୍ରବ୍ୟର ସୁଲଭ ବିକ୍ରି, ପର୍ୟ୍ୟଟନ କ୍ଷେତ୍ରରେ ବିକାଶ ତତ୍ ସହିତ ଜିଲ୍ଲା ଏବଂ ଜିଲ୍ଲା ବାସିଙ୍କ ପ୍ରତିଟି କଥାର ବିକାଶ ଓ ସୁବିଧା ସୁଯୋଗ ହୋଇପାରିବ। କେନ୍ଦ୍ର ଅର୍ଥ ମଞ୍ଜୁର କରିସାରିଥିବା ସତ୍ବେ କାହା ସ୍ବାର୍ଥରେ ଓରିଡିଲ୍ ସଂସ୍ଥା ଏହି ପ୍ରକଳ୍ପରୁ ଫୁଲବାଣୀକୁ ବାଦ୍ ପକାଲା ବୋଲି ଶ୍ରୀ କହଁର କହିଛନ୍ତି। ଏହାର ପ୍ରତିବାଦରେ ଆସନ୍ତା ନଭେମ୍ବର ୧୦ ତାରିଖ ଶୁକ୍ରବାର ଦିନ କନ୍ଧମାଳ ଜିଲ୍ଲା ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ସେ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories