www.samajalive.in
Friday, December 12, 2025
26.1 C
Bhubaneswar

ଆଠଗଡକୁ ଜିଲ୍ଲା ଦାବି ନେଇ ପ୍ରତୀକାତ୍ମକ ଧାରଣା ସ୍ଥଳରେ ଜାରି ହେଲା ୧୪୪ ଧାରା

ଆଠଗଡ: ଆଠଗଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରତୀକାତ୍ମକ ଧାରଣା ସୋମବାରଠାରୁ ଆରମ୍ଭ ହୋଇଥିଲା। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରତୀକାତ୍ମକ ଧାରଣା ଦିଆଯିବା ସହ ଧାରଣା ସ୍ଥଳରେ ଆଠଗଡ ଜିଲ୍ଲା କ୍ରିୟାନୁଷ୍ଠାନ ଗଠନ କରାଯାଇଥିଲା। ଆଠଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ପ୍ରତେକ ଦିନ ସକାଳ ୧୧ଟା ଠାରୁ ଗୋଟାଏ ପର୍ଯ୍ୟନ୍ତ ଏହି ପ୍ରତୀକାତ୍ମକ ଧାରଣା ଚାଲୁ ରହିବ ବୋଲି କମିଟି ପକ୍ଷରୁ ନିଷ୍ପତି ନିଆଯାଇଥିଲା। ମାତ୍ର କିଛିଦିନ ପୂର୍ବରୁ ଉପଖଣ୍ଡର କୌଣସି ସରକାରୀ କାର୍ଯ୍ୟାଳୟ ପରିସରରେ ଧାରଣା, ବିକ୍ଷୋଭ ଓ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ ବୋଲି ଉପଜିଲ୍ଲାପାଳ ନୋଟିସ ଜାରି କରିଥିଲେ। ଏହାକୁ ଆଧାର କରି ଉପଜିଲ୍ଲାପାଳ ମଙ୍ଗଳବାର ପ୍ରତୀକାତ୍ମକ ଧାରଣ ସ୍ଥଳରେ ୧୪୪ ଧାରା ଜାରି କରିଥିବା ଜଣାପଡିଛି। ଫଳରେ କ୍ରିୟାନୁଷ୍ଠାନ କମିଟି ତରଫରୁ ମହୋତ୍ସବ ପଡିଆ ସମ୍ମୁଖରେ ପ୍ରତୀକାତ୍ମକ ଧାରଣା ଦିଆଯାଇଥିଲା। ଏ ବିଷୟରେ କ୍ରିୟାନୁଷ୍ଠାନ କମିଟିର ଆବାହକ ଲଲାଟେନ୍ଦୁ ସେନାପତିଙ୍କୁ ଯୋଗାଯୋଗ କରିବାରେ ଅକ୍ଟୋବର ୧୧ ତାରିଖରେ ଧାରଣାରେ ବସିବା ପାଇଁ ଉପଜିଲ୍ଲାପାଳଙ୍କ ପାଖରେ ଲିଖିତ ଭାବରେ ଜଣାଯାଇଥିଲା। ମାତ୍ର ମଙ୍ଗଳବାର ୧୪୪ ଧାରା ଜାରି କରାଯାଇଥିବାରୁ ମହୋତ୍ସବ ପଡିଆ ସମ୍ମୁଖରେ ଧାରଣା ଦିଆଯାଇଥିବା ସେ ପ୍ରକାଶ କରିଥିଲେ। ଏ ବିଷୟରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କୁ ଯୋଗାଯୋଗରେ ସାଧାରଣ ଲୋକଙ୍କ ସୁବିଧା ଦୃଷ୍ଟିରୁ କୌଣସି ସରକାରୀ କାର୍ଯ୍ୟାଳୟ ପରିସରରେ ଧାରଣ ଦିଆ ନଯିବା ପାଇଁ ପୂର୍ବରୁ ସରକାରୀ ନିର୍ଦ୍ଦେଶନାମା ରହିଛି। ସୋମବାର ଉପଜିଲ୍ଲାପାଳ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗ ଦେବା ପାଇଁ ତିଗିରିଆ ଯାଇଥିଲା ବେଳେ ମୁଖ୍ୟଦପ୍ତରରେ ଅନୁପସ୍ଥିତ ରହିଥିବା ସମୟରେ ଧାରଣା ଦିଆଯାଇଥିବା ସୂଚନା ଦେଇଥିଲେ। ଫଳରେ ଘଟଣା ବିଷୟରେ ଜାଣିବା ପରେ ୧୪୪ ଧାରା ଜାରି କରାଯାଇଥିବା ପ୍ରକାଶ କରିଥିଲେ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories