www.samajalive.in
Friday, December 12, 2025
19.1 C
Bhubaneswar

ଭାଗ ଚାଷୀ ଆଇନ ଅଭାବରୁ ହଇରାଣ ହେଲେ ଭାଗଚାଷୀ

ବାଙ୍କୀ: ଚାଷୀ ଚାଷ ଉପରେ ଭରସା ନକରି ଭିଟାମାଟି ଛାଡି ବାହାର ରାଜ୍ୟରେ ଗୋତି ଶ୍ରମିକ ଘଟୁଥିଲା ବେଳେ କିଛି ଚାଷି ଭାଗ୍ୟ କୁ ଆଦରି ନିଜ ଭିଟାମାଟିରେ ରହି ଭାଗକୁ ହେଉ ବା ନିଜ ଜମିରେ ଚାଷ କରି ପରିବାର ପ୍ରତିପୋଷଣ କରିଆସୁଅଛନ୍ତି। କିଛି ବର୍ଷ ହେବ ଓଡ଼ିଶାରେ ପାଗ ଚାଷୀ ଉପଯୋଗୀ ନହୋଇଥିଲେ ମଧ୍ୟ ପରମ୍ପରା ଓ କ୍ରମାନ୍ୱୟରେ କରିଆସୁଥିବା ଚାଷକୁ ଆପଣେଇ ନେଇଛନ୍ତି। ଏବେ ସୁଦ୍ଧା ରାଜ୍ୟ ସରକାର ଭାଗ ଚାଷୀଙ୍କ ଉପରେ କୌଣସି ଆଇନ ପ୍ରଣୟ ନକରିଥିବାରୁ ଚାଷୀ ମାନେ ବହୁ ହଇରାଣ ହେଇଛନ୍ତି। ତାହାର ଉଦାହରଣ ଦେଖିବାକୁ ମିଳିଛି କିଆପଲ୍ଲା ପଚାଂୟତ ଡେଙ୍ଗାଆମ୍ବ ଗ୍ରାମରେ। ଜନୈକ ଚାଷୀ ସୁବାସ ପ୍ରଧାନ ପଥୁରୀପଡ଼ାର ଜମି ମାଲିକ ପବନା ସାହୁଙ୍କ ଠାରୁ ତିନି ଏକର ଜମି ଭାଗକୁ ଆଣି ଧାନ ସହିତ ବାଇଗଣ ଓ ଅନ୍ୟାନ୍ୟ ପନିପରିବା ଚାଷ କରିଥିଲା ବେଳେ ଦୁଇଦିନ ତଳେ ବାରହା ପ୍ରାୟ ୩୦ ଗୁଣ୍ଠର ଧାନ ଜମି ଓ ଦେଢ ଏକରର ପନିପରିବା ଚାଷ ଜମିକୁ ସଂପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି ଯାହା ଅଣଆଦାୟ। ଫରେଷ୍ଟ ବିଭାଗ କର୍ମଚାରୀଙ୍କ ସହିତ କଥାବାର୍ତା ହୋଇ ସରକାରଙ୍କ ଦ୍ୱାରା ପ୍ରଚଳନ କରାଯାଇଥିବା ଅନୁକମ୍ପା ଆପରେ ସୂଚନା ଲୋଡ କରିବା ସମୟରେ ମାଗୁଥିବା ତଥ୍ୟ ଅନୁଯାଇ ଖାତା ଓ ପ୍ଲଟ ନମ୍ବର ଦେଇନପାରିବାରୁ ସରକାରଙ୍କ ପାଖରେ ଅଭିଯୋଗ ପହଚାଂଇ ହେଲା ନାହିଁ। ଜମି ମାଲିକଙ୍କୁ ଜମିର ବିବରଣୀ ମାଗିବାରୁ ସେ ତଥ୍ୟ ଦେବା ପାଇଁ ମନାକଲେ। ଅପରପାର୍ଶ୍ବରେ ଭାଗ ଚାଷୀ ଯଦି କୌଣସି ଠାରୁ ତଥ୍ୟ ସଂଗ୍ରହ କରି ଅଭିଯୋଗ ଆଗତ କରନ୍ତି ଜମି ମାଲିକ ଭାଗ ଚାଷ ନଦେବା ପାଇଁ କହି ଭାଗ ଚାଷୀ କୁ ବାରଣ କରିଦେବା ଭୟରୁ ଭାଗ ଚାଷୀ ଆଉ କୌଣସି ଯାଗାରେ ଅଭିଯୋଗ ନଦେଇ ଭାଗ୍ୟକୁ ଆଦରି ଜୀବନ ବିତାଉଛନ୍ତି। ଏହି ସଂପର୍କରେ ତଥ୍ୟ ସଂଗ୍ରହ କରିବା ସମୟରେ ପଶ୍ଚିମ ବାଙ୍କୀ କୃଷକ ପରିଷଦର ସଂପାଦକ ଆଡଭୋକଟ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କୁ ପଚାରିବାରୁ ସେ କୁହନ୍ତି “ ରାଜ୍ୟ ସରକାରଙ୍କର ଭାଗ ଚାଷୀ ଆଇନ କାର୍ଯ୍ୟ କରିବାରେ ବିମୁଖତା କାରଣରୁ ଲକ୍ଷ ଲକ୍ଷ ଭାଗ ଚାଷୀ ରାଜ୍ୟରେ ବହୁ ନିର୍ଯାତନାର ଶୀକାର ହେଉଛନ୍ତି ଏବଂ ଅନୁକମ୍ପା ଆପ ଟି ଚାଷୀ ପାଇଁ ଏକ ଆଖି ଠାର। ଯଦି କୌଣସି କ୍ଷୟକ୍ଷତିରେ ଲକ୍ଷ ଲକ୍ଷ ଟଙ୍କା କ୍ଷତି ହେଉଛି କେହି ଶହ ଟଙ୍କା ଦେଇ ସରକାର ତାଙ୍କର କର୍ତବ୍ୟ ସଂପାଦନା କରୁଥିବାର ପ୍ରଚାର କରୁଛନ୍ତି। ଯେତେଦିନ ପର୍ଯ୍ୟନ୍ତ ଭାଗ ଚାଷୀ ଆଇନ ର ପ୍ରଚଳନ ସଠିକ ଭାବେ ନହୋଇଛି ଓ ଅଣସଂଗଠିତ କୃଷି କ୍ଷେତ୍ରର କୃଷକ ମାନେ ସଂଗଠିତ ନହୋଇଛନ୍ତି ସେତେଦିନ ପର୍ଯ୍ୟନ୍ତ ସେମାନଙ୍କ ଭାଗ୍ୟ ପଥର ତଳେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories