www.samajalive.in
Friday, December 12, 2025
26.1 C
Bhubaneswar

୭ ୱିକେଟରେ ଜିତିଲା ପାକିସ୍ତାନ, ହାରିଲା ବାଂଲାଦେଶ

କଲକାତା : କଲକାତାର ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇସିସି ବିଶ୍ବକପର ମ୍ୟାଚରେ ପାକିସ୍ତାନ ୭ ୱିକେଟରେ ବିଜୟୀ ହୋଇଛି। ୩୩.୩ ଓଭରରେ ୩ ୱିକେଟ ବିନିମୟରେ ପାକିସ୍ତାନ ଏହି ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୪୫.୧ ଓଭରରେ ସମସ୍ତ ୱିକେଟ ହରାଇ ୨୦୪ ରନ ସ୍କୋର କରିଥିଲା। ୨୦୫ ରନ ବିଜୟ ଲକ୍ଷ୍ୟ ନେଇ ପାକିସ୍ତାନ ୩୨.୩ ଓଭରରେ ମ୍ୟାଚକୁ ଜିତିନେଇଥିଲା। ପାକିସ୍ତାନ ପକ୍ଷରୁ ଫକର ଜମାନ ସର୍ବାଧିକ ୮୧ ରନ କରିଥିଲୋ। ସେହିପରି ଅବଦୁଲ୍ଲା ସଫିକ୍ ୬୮ ରନ ମହମ୍ମଦ ରିଜୱାନ ଅପରାଜିତ ୨୬ ରନ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

ଆଜିର ମ୍ୟାଚରେ ବାଂଲାଦେଶ ଟସ୍ ଜିତିଥିଲା ଓ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁଁ କୌଣସି ରନ ସ୍କୋର ହେବା ପୂର୍ବରୁ ନିଜର ପ୍ରଥମ ୱିକେଟ ହରାଇଥିଲା। ଏହାପରେ ସ୍କୋର ୬ ରନଥିବାବେଳେ ଦ୍ବିତୀୟ ୱିକେଟ ଓ ସ୍କୋର ୨୩ରନ ଥିବାବେଳେ ୩ୟ ୱିକେଟ ପଡ଼ିଥିଲା। ଲିଟନ ଦାସ ଓ ମହମ୍ମଦୁଲ୍ଲାଙ୍କ ମଧ୍ୟରେ ଭଲ ପାର୍ଟନରସିପ ଫଳରେ ସ୍କୋର ଏକ ସମ୍ମାନଜନକ ସ୍ତରରେ ପହଞ୍ଚିପାରିଥିଲା। ଲିଟନ ଦାସ ୪୫ ରନ କରିଥିବାବେଳେ ମହମ୍ମଦୁଲ୍ଲା ୫୬ରନ କରିଥିଲେ । ସେହିପରି ସକିବୁଲ ହାସାନ ୪୩ ରନ ଓ ମେହେଦି ହାସାନ ମିରାଜ୍ ୨୫ ରନ କରିଥିଲେ । ଦଳ ୪୫.୧ ଓଭରରେ ୨୦୪ ରନ କରି ଅଲଆଉଟ ହୋଇଯାଇଥିଲା । ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ଓ ମହମ୍ମଦ ୱାସିମ୍ ଜୁନିୟର ୩ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories