www.samajalive.in
Thursday, December 11, 2025
14.1 C
Bhubaneswar

ନୂତନ ପ୍ରଜାତିର ମାଛ ଆୱାସ ମୋଟଲା ଚିହ୍ନଟ

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାଣୀ‌ ବିଜ୍ଞାନ ବିଭାଗ ଏମଏସଇବି ଗବେଷଣା ଗାର ପକ୍ଷରୁ ଏକ ନୂତନ ପ୍ରଜାତିର ମାଛ ଆୱାସ ମୋଟଲା ଚିହ୍ନଟ କରାଯାଇଛି। ପ୍ରାଣୀ ବିଜ୍ଞାନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ. ଜୟ କିଶୋର ସେଟ୍ ଏବଂ ତାଙ୍କ ଗବେଷକ ଦଳ ଏହି ମାଛଟିକୁ ଗତ ୧୩ ଜୁନ ୨୦୨୨ରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ଠାରେ ଥିବା ମହାନଦୀ ଓ ତେଲ ନଦୀ ମିଶ୍ରଣ ସ୍ଥାନରୁ ସଂଗ୍ରହ କରିଥିଲେ। ଏହି ମାଛଟିକୁ ସ୍ଥାନୀୟ ଲୋକଙ୍କ ପ୍ରକାରେ ଏହି ମାଛଟିର ନାମ ରଖାଯାଇଛି। ଏହି ମାଛଟିକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ଡ. ଜୟ କିଶୋର ସେଟ୍, ଗବେଷକ, ଗବେଷିକା ସନ୍ମିତ୍ର ରୟ, ସମୀର ଶୂର, ଦିଲରାଜ୍ ପୁଆଲା ଏହି ମାଛକୁ ପ୍ରାୟ ଦେଢ଼ ବର୍ଷ ଧରି ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ। ଏହି ମାଛଟି ଭିନ୍ନ ପ୍ରଜାତିର ହୋଇଥିବାରୁ ଅଧିକ ଏହା ବିଷୟରେ ଜାଣିବା ପାଇଁ ଗୋପାଳପୁର ସ୍ଥିତ ପ୍ରାଣୀ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ଼. ଅନିଲ କୁମାର ମହାପାତ୍ର ଏବଂ ଅବସରପ୍ରାପ୍ତ ବୈଜ୍ଞାନିକ ଶୁଭ୍ରେନ୍ଦୁ ଶେଖର ମିଶ୍ରଙ୍କ ମିଳିତ ଭାବରେ ଗବେଷଣା କରିଥିଲେ। ଏହି ମାଛଟିର ଆଖିଟି ୬. ୬ରୁ ୮.୪ ଡାଇମିଟର, ପ୍ରିଡୋର୍ସାଲ କାତି ୧୩ ରୁ ୧୫, ଲଙ୍ଗିଚୁଡ଼ିନାଲ କାତି ୧୩ରୁ ୧୫, ଗିଲ ରାକେର ୧ରୁ ୭ ସ୍ତର ରହିଛି। ମାଛଟିର ଉପର ମାଢିର ଗୋଟିଏ ଦାନ୍ତ ରହିଥିବା ବେଳେ ତଳ ମାଢିରେ ୨ରୁ ୩ ଧାଢ଼ି ଦାନ୍ତ ରହିଛି। ଏହି ଦାନ୍ତ ଗୁଡିକ ମୁନିଆ ଓ ଶକ୍ତ। ଡିଏନଏ ପରୀକ୍ଷାରୁ ୮.୩ରୁ ୧୩.୮ ପ୍ରତିଶତ ଅନ୍ୟ ମାଛ ଠାରୁ ଅଲଗା ରହିଛି।

ଏହି ମାଛର ରଙ୍ଗ ହଳଦିଆ ଓ ଏହି ମାଛକୁ ଲୋକେ ଖାଇଥାନ୍ତି। ଏହି ମାଛଟିର ବଜାର ଚାହିଦା ଅଧିକ ରହିଥିବାରୁ କିଲୋ ପିଛା ୬୦୦ ରୁ ୮୦୦ ଟଙ୍କା ରହିଛି। ଶୁଖୁଆ ଶୈଳୀର ଭିନ୍ନ ଏବଂ ସୁଆଦିଆ ଅଟେ। ଓଡିଶା ସରକାର ବିଜ୍ଞାନ ଓ ପ୍ରଯୁକ୍ତିଵିଦ୍ୟା ବିଭାଗ ଗବେଷଣା ପାଇଁ ଅନୁଦାନ ରାଶି ପ୍ରଦାନ କରିଥିଲେ। ଅନ୍ତର୍ଜାତିକ ଗବେଷଣା ପତ୍ରିକା ଜୋନାଲ ଅଫ ଫିସ ବାଇଓଲୋଜିରେ ପ୍ରକାଶ ପାଇଛି। ଏ ନେଇ ଡ଼. ସେଟଙ୍କ ସହ ଯୋଗାଯୋଗ ବେଳେ ବିଭାଗ ପକ୍ଷରୁ ପ୍ରଥମ ଥର ଏହି ପ୍ରଜାତିର ମାଛ ପରୀକ୍ଷା ନିରୀକ୍ଷା କରି ଚିହ୍ନଟ କରାଯାଇଛି। ମାଛର ଖାଦ୍ୟ, ରହଣି ଓ ସଂରକ୍ଷଣ ଉପରେ ଅଧିକ କରାଯିବ ବୋଲି କହିଛନ୍ତି। କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ପ୍ରାଣୀ ବିଜ୍ଞାନ ବିଭାଗର ଗବେଷଣାକୁ ଉଚ୍ଚ ପ୍ରଶଂସା କରିବା ସହ ଅଧିକ ଗବେଷଣା ପାଇଁ ପୂର୍ଣ୍ଣ ସହଯୋଗ କରିବେ ବୋଲି କହିବା ସହ ଗବେଷଣା ଜାରି ରଖିବାକୁ କହିଛନ୍ତି।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories