www.samajalive.in
Tuesday, December 9, 2025
19.1 C
Bhubaneswar

ଗଜଲକ୍ଷ୍ମୀ ପୂଜା ଅବସରରେ ରାବଣ ଦରବାର

ଫୁଲବାଣୀ: ଗଜଲକ୍ଷ୍ମୀ ପୂଜା ଅବରସରେ କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳର ଆଡ଼ମ୍ବର ସହିତ ପାଳନ ହେଉଥିବା ବେଳେ ଫୁଲବାଣୀ ସହରର ଚାଇନା ବଜାର, ଏଫ୍‌‌.ସି.ଆଇ ଛକ ସମେତ କୁମ୍ଭାରପଡ଼ା ଠାରେ ଗଜଲକ୍ଷ୍ମୀ ପୂଜା ମହାଆଡ଼ମ୍ବର ସହିତ ପାଳିତ ହେଉଛି। ଏହି ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କୁମ୍ଭାରପଡ଼ା ଠାରେ ଆୟୋଜନ କରାଯାଇଛି ରାବଣ ଦରବାର। ଗତ ୨୯ ତାରଖରୁ ଆରମ୍ଭ ହୋଇଥିବା ଏହି ରାବଣ ଦରବାର ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ରାବଣ ଦରବାର ସହିତ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ରାବଣ ଦରବାର କାର୍ଯ୍ୟକ୍ରମ ଅବସରରେ ଅତିଥିଭାବେ ମୁଖ୍ୟ ଅତିଥି ଭାବେ ଚିକିଟି ତହସିଲ୍‌‌ଦାର ବଳଦେବ ବେହେରା ଯୋଗ ଦେଇଥିଲେ। ସ୍ଥାନୀୟ ଲାଲ ବାହାଦୂର ଶାସ୍ତ୍ରୀ କ୍ଲବ ଏବଂ କୁମ୍ଭାରପଡ଼ା ଗ୍ରାମ୍ୟ କମିଟିର ମିଳିତ ଆୟୋଜନରେ ଏହି ରାବଣ ଦରବାର ଆୟୋଜନ କରାଯାଇଥିବା ବେଳେ ବହୁ ସଂଖ୍ୟାରେ ଦର୍ଶକ ଓ ଅଞ୍ଚଳବାସୀ ସାମିଲ୍‌‌ ହେଉଛନ୍ତି। ଏହି ଅବସରର ନୃତ୍ୟ ପ୍ରତିଯୋଗିତା ସହିତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories