www.samajalive.in
Friday, December 12, 2025
27.1 C
Bhubaneswar

ଶିକ୍ଷୟିତ୍ରୀ ପଢିପାରିଲେ ନାହିଁ ଅଷ୍ଟମଶ୍ରେଣୀ ବହି, ହରାଇଲେ ଚାକିରି

ଉନ୍ନାଓ : ବହୁ ସମୟରେ ଛାତ୍ରଛାତ୍ରୀ ବହି ପଢିପାରୁନଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ମାତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀ ବହି ପଢିପାରୁନଥିବା ଦୃଶ୍ୟ ସଭିଁଙ୍କୁ ଚକିତ କରିଛି। ଘଟଣାଟି ଉତ୍ତରପ୍ରଦେଶର ସିକନ୍ଦରପୁର ସରୌସିସ୍ଥିତ ଏକ ସରକାରୀ ସ୍କୁଲରେ ଘଟିଛି। ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରୁ ପାରାଏ ସଠିକ ଭାବେ ନପଢିପାରିବାରୁ ଜଣେ ବରିଷ୍ଠ ଏବଂ ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି।
ସୂଚନା ଯୋଗ୍ୟ, ଉନ୍ନାଓ ଜିଲ୍ଲାପାଳ ଦେବେନ୍ଦ୍ର କୁମାର ପାଣ୍ଡେ ଶନିବାର ସକାଳ ସମୟରେ ହଠାତ ଏକ ସରକାରୀ ସ୍କୁଲ ଯାଞ୍ଚ କରିଥିଲେ। ସେହି ସମୟରେ ସେ ପ୍ରଥମେ ଷଷ୍ଠ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଇଂରାଜୀ ପାଠ୍ୟ ପୁସ୍ତକର ଏକ ବିଷୟ ପଢିବାକୁ କହିଥିଲେ। ମାତ୍ର ସେମାନେ ସଠିକ ଭାବେ ନପଢିପାରିବାରୁ ଜିଲ୍ଲାପାଳ ଇଂରାଜୀ ଶିକ୍ଷୟିତ୍ରୀଙ୍କୁ ପାଠ୍ୟ ପୁସ୍ତକର ଏକ ପାରା ପଢିବାକୁ କହିଥିଲେ। ମାତ୍ର ଶିକ୍ଷୟିତ୍ରୀ ବହୁ କଷ୍ଟରେ କିଛି ଧାଡ଼ି ପଢିବାକୁ ସମର୍ଥ ହୋଇଥିଲେ ମଧ୍ୟ ସେଥିରେ ଅନେକ ଭୁଲ ଥିଲା। ତାଙ୍କ ପଢା ଦେଖି ଜିଲ୍ଲାପାଳ ବିରକ୍ତି ପ୍ରକାଶ କରିବା ସହ ଇଂରାଜୀ ଶିକ୍ଷୟିତ୍ରୀ ହୋଇ ମଧ୍ୟ କିଭଳି ଇଂରାଜୀ ବହି ପଢି ନପାରିବା , ଏହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ। ତୁରନ୍ତ ତାଙ୍କୁ ନିଲମ୍ବନ କରାଯିବା ଉଚିତ ବୋଲି ଶୁଣିବାକୁ ମିଳିଥିଲା। ଏହାପରେ ଘଟଣାସ୍ଥଳରେ ଉପସ୍ଥିତ ଶିକ୍ଷାଧିକାରୀ ପ୍ରଦୀପ କୁମାର ପାଣ୍ଡେଙ୍କୁ ସେ ତୁରନ୍ତ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରିବା ସହ ରିର୍ପୋଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories