www.samajalive.in
Friday, December 12, 2025
14.1 C
Bhubaneswar

କୃଷି ଉତ୍ପାଦକ ସଂଗଠନର ତିନି ଦିନିଆ ତାଲିମ୍‌‌ ଶିବିର ଆୟୋଜିତ

ଫୁଲବାଣୀ: କନ୍ଧମାଳ କୃଷି ବିଭାଗ ତରଫରୁ ଏକ ତିନିଦିନିଆ ବିଜିନେସ୍‌‌ ଡେଭଲେପମେଂଟ ପ୍ଲାନ୍‌‌ ଶୀର୍ଷକ ତାଲିମ୍‌‌ ସ୍ଥାନୀୟ ବନ୍ଧଗଡ଼ ତାଲିମ୍‌‌ କେନ୍ଦ୍ରରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମନ୍ୱିତ କୃଷି ଓ ମାଣ୍ଡିଆ କାର୍ଯ୍ୟକ୍ରମର ୫୦ରୁ ଊର୍ଦ୍ଧ୍ବ କୃଷି ଉତ୍ପାଦକ ସଂଗଠନର ଟିକାବାଲି ଓ ରାଇକିଆ ବ୍ଲକର ମହିଳା ଯୋଗ ଦେଇଥିଲେ। ସ୍ୱେଚ୍ଛାସେବୀ ଅନୁାଷ୍ଠାନ ସ୍ୱାତୀ ପକ୍ଷରୁ ଏହି ତାଲିମ୍‌‌ ଶିବିର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ୱାତୀର ସମ୍ପାଦକ ଇଂ. ହରିଶଙ୍କର ରାଉତ, ବରିଷ୍ଠ କର୍ମୀ ଗିରିଶ ଚନ୍ଦ୍ର ସାମଲ ପ୍ରମୁଖ ଯୋଗଦେଇ ରାଇକିଆ ବ୍ଲକରେ ମାଣ୍ଡିଆ ଚାଷକୁ ଆଦୃତ କରିବାରେ ଅନୁଷ୍ଠାନର ଭୂମିକାକୁ ଉପସ୍ଥାପନା କରି ସମସ୍ତଙ୍କ ସହଯୋଗ କାମନା କରିଥିଲେ। ତାଲିମ୍‌‌ଦାତା ଭାବେ ଆନ୍ତର୍ଜାତୀୟ ଶ୍ରମ ଅନୁଷ୍ଠାନ ତରଫରୁ ନିହାର ରଞ୍ଜନ ଓଝା ଓ ମନୋଜ କୁମାର ପଟ୍ଟନାୟକ ତାଲିମ୍‌‌ ମାଧ୍ୟମରେ କୃଷି ଉତ୍ପାଦନ ଗୋଷ୍ଠି ଓ ସ୍ୱୟଂସହାୟକ ଦଳର ମହିଳା ମାନଙ୍କୁ ବ୍ୟବସାୟ କରିବାର ବିଭିନ୍ନ ଉପାୟ ଓ ସରକାରଙ୍କ ସୁବିଧା ସୁଯୋଗକୁ ଯୋଡିବାକୁ ଚେଷ୍ଟା କରିଥିଲେ।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories