କେନ୍ଦୁଝରରେ ପଥ ଉତ୍ସବ, ସାବାଳକଙ୍କୁ ଭୋଟର ତାଲିକାରେ ସାମିଲ କରିବା ଉପରେ ଗୁରୁତ୍ୱାରୋପ

କେନ୍ଦୁଝରଗଡ଼: କେନ୍ଦୁଝର ଜିଲା ମୁଖ୍ୟାଳୟରେ ଜିଲା ପ୍ରଶାସନ ଏବଂ କେନ୍ଦୁଝର ଉପଖଣ୍ଡ ପ୍ରଶାସନ ଆନୁକୁଲ୍ୟରେ ଶନିବାର ‘ପଥ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ କେନ୍ଦୁଝର ଅଡିଟୋରିୟମ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଜିଲାପାଳ ଆଶିଷ ଠାକରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଭୋଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଅତିରିକ୍ତ ଜିଲାପାଳ ଯଦୁମଣି ମହଲା ଏବଂ କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତର ନିର୍ବାଚନ କମିଶନ ଏବଂ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ପ୍ରେରିତ ମାର୍ଗଦର୍ଶିକା ଅନୁଯାୟୀ ଆୟୋଜିତ ‘ପଥ ଉତ୍ସବ’ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସାବାଳକ ମାନଙ୍କର ନାମ ଭୋଟର ତାଲିକାରେ ପଞ୍ଜିକରଣ କରାଇ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ସମ୍ପର୍କରେ ବିଶଦ ଭାବେ ଅବଗତ କରାଇଥିଲେ।

ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି, କେନ୍ଦୁଝରଗଡ଼଼ ପୌରପାଳିକା ନିର୍ବାହୀ ଅଧିକାରୀ ଡ଼ା.ମଧୁସ୍ମିତା ସାମନ୍ତରାୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡେପୁଟି କଲେକ୍ଟର ନିର୍ବାଚନ ବିକାଶ କୁମାର ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ୱାକାଥନ, ଚିତ୍ରକଳା ଓ ରଙ୍ଗୋଲି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Comments are closed.