www.samajalive.in
Thursday, December 11, 2025
16.1 C
Bhubaneswar

ଆନ୍ତଃ ହାଇସ୍କୁଲ ଫୁଟବଲ ପ୍ରତିଯୋଗିତା, ଫାଇନାଲରେ ଜିଲାସ୍କୁଲ ଓ ଦିଲ୍ଲୀ ପବ୍ଲିକ ସ୍କୁଲ ଦଳ

ସମ୍ବଲପୁର: ଜିଲା ମାର୍ଷ୍ଟସ ଏଥେଲିଟିକ୍ସ ଏସୋସିଏସନ ଆନୁକୂଲ୍ୟରେ ୨୩ତମ ସୈରେନ୍ଦ୍ରୀ ନାୟକ ଆନ୍ତଃ ହାଇସ୍କୁଲ ଫୁଟବଲ ପ୍ରତିଯୋଗିତା ସ୍ଥାନୀୟ କମିଶନର କଲୋନୀ ଖେଳ ପଡ଼ିଆ ଠାରେ ଆୟୋଜିତ ହେଉଛି। ଗତ ୬ ତାରିଖରେ ଉଦଘାଟିତ ଏହି ପ୍ରତିଯୋଗିତାରେ ଗୁରୁବାର ସପ୍ତମ ଦିବସରେ ୨ଟି ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ମ୍ୟାଚ ସିଏସବି ଜିଲା ସ୍କୁଲ ଦଳ ଓ ଗୁରୁନାନକ ପବ୍ଲିକ ସ୍କୁଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ଜିଲା ସ୍କୁଲ ଦଳ ୪-୦ ଗୋଲରେ ଗୁରୁନାନକ ଦଳକୁ ହରାଇ ବିଜୟୀ ହୋଇ ଫାଇନାଲକୁ ଯାଇଛି। ଜିଲାସ୍କୁଲ ଦଳର ସମୀର ଓରାମ ଗୋଟିଏ ଗୋଲ, ଦେବାଶିଷ ମୁନଡା ୨ଟି ଗୋଲ ଓ ରିଚାର୍ଡ ବେରା ଗୋଟିଏ ଗୋଲ ଦଳ ପାଇଁ ଦେଇଥିଲେ। ଗୁରୁନାନକ ଦଳର ଆଦିତ୍ୟ ସିଂହଙ୍କୁ ଶ୍ରେଷ୍ଠ ଖେଳାଳି ରୂପେ ପୁରସ୍କୃତ କରାଯାଇଥିଲା।

ସେହିଭଳି ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଦିଲ୍ଲୀ ପବ୍ଲିକ ସ୍କୁଲ ଓ ମଦନାବତି ପବ୍ଲିକ ସ୍କୁଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଦିଲ୍ଲୀ ପବ୍ଲିକ ସ୍କୁଲ ଦଳ ମଦନାବତି ଦଳକୁ ହରାଇ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଛି। ଦିଲ୍ଲୀ ପବ୍ଲିକ ସ୍କୁଲ ଦଳ ପକ୍ଷରୁ ଜୟଦେବ ଟେଟେ ଓ ଅନୁରାଗ ବନାଇ ଗୋଲ ଦେଇଥିଲେ। ଏହି ମ୍ୟାଚରେ ମଦନାବତି ସ୍କୁଲ ଦଳର ଅଲମାସ ଖାନଙ୍କୁ ଶ୍ରେଷ୍ଠ ଖେଳାଳି ରୁପେ ପୁରସ୍କୃତ କରାଯାଇଛି। ଖେଳ ଗୁଡିକୁ ରେଫରୀ ରୂପେ ମଥୁରା ଓରାମ, ମନୋଜ ଭୋଇ, ସରୋଜ କିଷାନ ଓ ଜଲେନ୍ଧର ଓରାମ ପରିଚାଳନା କରିଥିଲେ। ଆସନ୍ତା କାଲି ଶନିବାର ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚ ସିଏସବି ଜିଲାସ୍କୁଲ ଓ ଦିଲ୍ଲୀ ପବ୍ଲିକ ସ୍କୁଲ ମଧ୍ୟରେ ଅପରାହ୍ନ ୩ଟା ୩୦ ମିନଟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନଙ୍କ ତରଫରୁ ସୂଚନା ଦିଆଯାଇଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories