ଦାମାହୁଦାରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ସାହାରପଡ଼ା ବ୍ଲକ ଦାମାହୁଦା ପ୍ରଧାନ ସାହିର ମା, ଭଉଣୀ ଗୁରୁଜନ, କାର୍ଯ୍ୟକର୍ତା ମାନଙ୍କ ସହଯୋଗରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଗାଁ ଠାକୁରାଣୀଙ୍କ ପୀଠରୁ ମାଟି ସଂଗ୍ରହ କରାଯାଇଛି। ଦାମାହୁଦା ଉଚୁଟାଙ୍ଗର ପ୍ରଧାନ ସାହି ସର୍ବେଶ୍ଵର ମହାଦେବ, ବୁଢିପାଟ ଠାକୁରାଣୀ, ବଡ଼ାମ ଶାଳ ସହିତ ଘର ଘର ବୁଲି ମାଟି ସଂଗ୍ରହ କରାଯାଇଥିଲା। ରାଜ୍ୟ ଅନୁସୂଚିତ ଜନଜାତି ମହିଳା ମୋର୍ଚ୍ଚା ଉପସଭାପତି ମମିତା ନାଏକଙ୍କ ସହ ଅନୁସୂଚିତ ଜନଜାତି ମୋର୍ଚ୍ଚା ମଣ୍ଡଳ ସଭାପତି ଜଳଧର ନାୟକ, ମଣ୍ଡଳ ସଭାପତି ବୁଲୁ ବାରିକଙ୍କ ଉପସ୍ଥିତିରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶିବାନୀ ଚାମ୍ପିଆ, ମହିଳା ନେତ୍ରୀ ଗାନ୍ଧାରୀ ନାୟକ, ଖିଲେନ୍ଦୁ ମହାନ୍ତ, ଶିବାଜୀ ଗୌତମ ମାହାନ୍ତ ବର୍ମା, ଉମେଶ ଚନ୍ଦ୍ର ମହାନ୍ତ, ଆଶିକ୍ ହାଂସଦା, ବିଭୁତି ମହାନ୍ତ, ଉଦୟପୁର ମଣ୍ଡଳ ସଭାପତି ନରହରି ମହାନ୍ତଙ୍କ ସହ ସ୍ଥାନୀୟ କୀର୍ତ୍ତନ ମଣ୍ଡଳୀ ବୁଲି ବୁଲି ଗାଁରୁ ମାଟି ସଂଗ୍ରହ କରିଥିଲେ।

Comments are closed.