www.samajalive.in
Monday, December 15, 2025
16.1 C
Bhubaneswar

ବିଜେଡି ପକ୍ଷରୁ ରାମମନୋହର ଲୋହିଆଙ୍କ ଶ୍ରାଦ୍ଧୋତ୍ସବ

ଆଠଗଡ଼: ଆଠଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଗୁରୁବାର ଦେଶର ମହାନ କ୍ରାନ୍ତିକାରୀ ଓ ସାମାଜିକ ନ୍ୟାୟ ଆନ୍ଦୋଳନର ପ୍ରମୁଖ ଉଦ୍ୟେକ୍ତା ରାମମନୋହର ଲୋହିଆଙ୍କ ୫୬ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ରବୀନ୍ଦ୍ରନାଥ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ଲୋହିଆଙ୍କର ନୀତି, ଆଦର୍ଶ ଓ ବିଚାରଧାରାକୁ ନେଇ ଗଠିତ ବିଜୁ ଜନତା ଦଳ ସାମାଜିକ ନ୍ୟାୟ ଓ ଏକ ସମତାଭିତ୍ତିକ ସମାଜ ଗଠନ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି ବୋଲି ମତବ୍ୟକ୍ତ କରିବା ସହ ସେହି ମହାନ ଦେଶ ସେବକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଲୋହିଆଙ୍କର ସ୍ମୃତିଚାରଣ କରି ସ୍ୱାଧୀନତା ଆନ୍ଦୋଳନ ସମୟରେ ତାଙ୍କର ବେତାର ବାର୍ତ୍ତାକୁ ମନେପକାଇ ସାମାଜିକ ନ୍ୟାୟ ଦେବାକୁ ହେଲେ ରାମମନୋହର ଲୋହିଆଙ୍କ ନୀତି ଓ ବିଚାରଧାରାରେ ଅନୁପ୍ରାଣିତ ହେବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ନଗର ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହ, ବ୍ଲକ ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି, ସୁଧିର କୁମାର ମନ୍ତ୍ରୀ, କାଶିନାଥ ବେହେରା, ସନ୍ତୋଷ ଦାସ, ଲିଙ୍ଗରାଜ ଜେନା, ଦୁଷ୍ମନ୍ତ ନାୟକ, କୃଷକ ନେତା ନିରାକାର ଲେଙ୍କା, ନିର୍ମଳ ଦାସ, ବିପିନ ବିହାରୀ ସ୍ୱାଇଁ ଓ ପ୍ରଭାକର ମହାନ୍ତି ପ୍ରମୁଖ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ ଥିଲେ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories