ଗୋପାଳପୁର: ରଙ୍ଗେଇଲୁଣ୍ଡା ପ୍ରେସ କ୍ଲବ ପକ୍ଷରୁ କନିଷି ହାଟ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ କନିଷି ହାଟରେ ସ୍ୱଛତା କାର୍ଯ୍ୟକ୍ରମ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ପ୍ରେସ କ୍ଲବ ସଭାପତି ରାଜୀବ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କନିଷି ପଞ୍ଚାୟତ ଅନ୍ତର୍ଗତ କନିଷି ହାଟରେ ଦୈନନ୍ଦିନ ବ୍ୟବସାୟ ମାନଙ୍କ ଦ୍ଵାରା ବ୍ୟବସାୟ ହେଉଥିବା ବେଳେ ଉକ୍ତ ଅଞ୍ଚଳ ଅପରିଷ୍କାର ହୋଇ ରହୁଛି। ଯାହାଫଳରେ ହାଟ ସମେତ ତୁଳୁ ରାସ୍ତାରେ ରାସ୍ତା କଡ଼ରେ ଅଳିଆ ଆବର୍ଜ୍ଜନା ପଡିରହି ପରିବେଶ ପ୍ରଦୂଷିତ ହେଉଥିବା ଯୋଗୁଁ ରଙ୍ଗେଇଲୁଣ୍ଡା ପ୍ରେସ କ୍ଲବ ପକ୍ଷରୁ ହାଟ ଅଞ୍ଚଳକୁ ସ୍ଥାନୀୟ ପଞ୍ଚାୟତ, ବ୍ୟବସାୟୀ ସଂଘ ଓ କନିଷି ଅଟୋ ଚାଳକ ସଂଘ ସହାୟତାରେ ଆସନ୍ତା ୧୭ ତାରିଖ ସକାଳ ସମୟରେ ସଫେଇ କାର୍ଯ୍ୟକ୍ରମ କରିବା ସହ ବ୍ୟବସାୟୀଙ୍କଙ୍କୁ ଅଞ୍ଚଳ ସଫା ରଖିବା ପାଇଁ ସଚେତନତା କରିବା ପାଇଁ ସ୍ଥିର କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ଦିଲ୍ଲୀପ କୁମାର ସାହୁ, ସମ୍ପାଦକ ମୁନା ପଟ୍ଟନାୟକ, କନିଷ ଅଟୋ ଚାଳକ ସଂଘ ସଭାପତି ଟୁଟୁ ମହାରଣା, କନିଷି ବ୍ୟବସାୟିକ ସଂଘ ସଭାପତି କୈଳାଶ ସାହୁ ଏବଂ ଯୁବ ସମାଜସେବୀ ସୁନୀଲ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।
Popular Categories




