ବୌଦ୍ଧ: ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ ବୌଦ୍ଧଜିଲ୍ଲା ଗସ୍ତରେ ଆସି ଜିଲ୍ଲା ବିଜେପି ପକ୍ଷରୁ ହୋଇଥିବା ବିଭିନ୍ନ ଦଳିୟ କାର୍ଯ୍ୟକ୍ରମର ସମୀକ୍ଷା କରି ବା ସହିତ ଆଗାମୀ ଦିନରେ ନିର୍ବାଚନ ପାଇଁ ଏବେଠାରୁ ଦଳିୟ କାର୍ଯ୍ୟକ୍ରମ ଗୁଡିକ ନିଷ୍ଠାର ସହ କରିବା ପାଇଁ ପରାମର୍ଶ ଦେଇଥିଲେ। ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନଅ ବର୍ଷ ଧରି ଶାସନ କାଳରେ ହୋଇଥିବା ବିଭିନ୍ନ ଐତିହାସିକ ପଦକ୍ଷେପ ଓ ଗରିବ କଲ୍ୟାଣ ଯୋଜନା ଗୁଡିକୁ ବୁଥସ୍ତରରେ ସୁବ୍ୟବସ୍ଥିତ ଭାବରେ ପହଂଚାଇବା ପାଇଁ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇଥିଲେ। ବିଶେଷ କରି ମୋ ବୁଥ ସବୁଠୁ ମଜଭୁତ କରିବାକୁ ସମସ୍ତଙ୍କୁ ଦିଗଦର୍ଶନ ଦେଇଥିଲେ। ରାଜ୍ୟ ସରକାରଙ୍କର ୨୩ ବର୍ଷ ଧରି ଶାସନ କାଳରେ ହୋଇଥିବା ବିଭିନ୍ନ ଦୁର୍ନିତି ଭ୍ରଷ୍ଟାଚାର ଗୁଡିକୁ ଜନସାଧାରଣଙ୍କ ପାଖରେ ପହଂଚାଇବାକୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି, କହ୍ନେଁଇ ଚରଣ ଡାଙ୍ଗ,ତାପସ ପଟ୍ଟନାୟକ,ସୁଶାନ୍ତ ବାଘ,ପ୍ରେମାନନ୍ଦ ମିଶ୍ର, ଶ୍ୟାମସୁନ୍ଦର ପୁରୋହିତ, ମାଗୁଣୀ ଗାଇଗୌରିଆ, ଯୁଗଳ କିଶୋର ସାମଲ, ନିରଂଜନ ଦାନୀ, ସମ୍ଭୁ ପ୍ରସାଦ ଗାଇଗୌରିଆ, ବିଶିକେଶନ ପ୍ରଧାନ, ନିରଂଜନ ଦାନୀ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



