www.samajalive.in
Sunday, December 14, 2025
23.1 C
Bhubaneswar

ଛାତ୍ରଛାତ୍ରୀଙ୍କୁ ଜାତିଆଣ ଭେଦଭାବ ଘଟଣାରେ ଶିକ୍ଷକ ନିଲମ୍ବିତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଶଗଡ଼ା ପଂଚାୟତର ଖଣ୍ଡିକନପା ପ୍ରାଥମିକ ବିଦ୍ୟାଳୟରେ ଦଳିତ ଛାତ୍ରଛାତ୍ରୀଙ୍କୁ ଜାତିଆଣ ଭେଦଭାବ ଘଟଣାରେ ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁଙ୍କୁ ନିଳମ୍ବନ କରାଯାଇଥିବା ବୌଦ୍ଧ ବ୍ଲକ ଶିକ୍ଷାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି। ସୂଚନା ମତେ, ଖଣ୍ଡିକନପା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁ ଗତ ୧୯ ତାରିଖ ଗଣେଷ ପୂଜା ଦିନ ବିଦ୍ୟାଳୟର ଦଳିତ ଛାତ୍ରଛାତ୍ରୀମାନଙ୍କୁ ଜାତିଆଣ ଆକ୍ଷେପ କରିବା ସହିତ ମାନସିକ ନିର୍ଯ୍ୟାତନା ଦେଇଥିଲେ। ସେହିପରି ଏସଏମସି ଅଧ୍ୟକ୍ଷ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ପ୍ରସାଦ ସେବନ ସମୟରେ ଦଳିତ ଛାତ୍ରଛାତ୍ରୀଙ୍କୁ ଅଲଗା ଖାଇବାକୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଥିଲା। ସରକାର ପ୍ରାଥମିକ ଶିକ୍ଷାକୁ ବ୍ୟାପକ କରିବାକୁ ବିଦ୍ୟାଳୟ ପରିସରକୁ ଦଣ୍ଡମୁକ୍ତ ଏବଂ ଭେଦଭାବ ଶୂନ୍ୟ ଅଂଚଳ ଘୋଷଣା କରୁଥିବା ବେଳେ ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁ ଓ ଏସଏମସି ଅଧ୍ୟକ୍ଷ ଏଭଳି କାର୍ଯ୍ୟକୁ ସେମାନଙ୍କ ଜାତି ସମାଜକୁ ନିନ୍ଦିତ ଓ ଅପମାନିତ କରାଯାଉଥିବା ନେଇ ବୌଦ୍ଧଜିଲ୍ଲା ପାଣ- ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ବୌଦ୍ଧ ବ୍ଲକ ଶିକ୍ଷାଧିକାରୀଙ୍କ ଠାରେ ଗତ ୨୯ ତାରିଖରେ ଅଭିଯୋଗ କରାଯାଇଥିଲା ଏବଂ ସେମାନଙ୍କ ବିରୁଦ୍ଧରେ ଦୃଢ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିଷଦ ପକ୍ଷରୁ ଦାବି କରାଯାଇଥିଲା। ଅଭିଯୋଗ ପାଇବା ପରେ ଶିକ୍ଷା ବିଭାଗ ଘଟଣାକୁ ଗୁରୁତର ସହ ନେଇ ଘଟଣାର ତଦନ୍ତ କରି ଶିକ୍ଷକ ଶ୍ରୀ ସାହୁଙ୍କୁ ନିଳମ୍ବନ କରାଯାଇଥିବା ଜଣାପଡ଼ିଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories