www.samajalive.in
Wednesday, December 10, 2025
15.1 C
Bhubaneswar

ଜନ ସମ୍ପର୍କ ପଦଯାତ୍ରା

ଚୌଦ୍ୱାର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପ୍ରତିବର୍ଷ ଭଳି ଏହି ବର୍ଷ ବିଜୁ ଜନତା ଦଳ,ଚୌଦ୍ୱାର-କଟକ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା-୨୦୨୩ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଂଜନ ବିଶ୍ୱାଳଙ୍କ ନେତୃତ୍ୱରେ ଆୟୋଜିତ ହୋଇଯାଇଛି। ନବମ ଦିବସରେ ଜନ ସଂର୍ପକ ପଦଯାତ୍ରା ମାଧ୍ୟମରେ ବିଜୁ ଜନତା ଦଳର ବିକାଶର ବାର୍ତ୍ତା ଘରେ ଘରେ ପହଂଚାଇବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦୀର୍ଘ ୨୫ ବର୍ଷର ନିରନ୍ତର ଜନସେବାରେ ନିଜକୁ ନିୟୋଜିତ କରି ଓଡ଼ିଶାବାସୀଙ୍କ ଆସ୍ଥା ଓ ଭରସାର ପ୍ରତୀକ ହୋଇପାରିଛନ୍ତି ବୋଲି ଶ୍ରୀ ବିଶ୍ୱାଳ ପ୍ରକାଶ କରିଛନ୍ତି। ଜନ ସଂର୍ପକ ପଦଯାତ୍ରାରେ ଟାଙ୍ଗୀ-ଚୌଦ୍ୱାର ପଂଚାୟତ ସମିତି ଆଗ୍ରାହାଟ ଗ୍ରାମପଂଚାୟତର ପରିଭ୍ରମଣ କରି ଉତ୍ତେରେଶ୍ୱର ମନ୍ଦିର ଯାତ୍ରା ପଡ଼ିଆ ଠାରେ ସମାପ୍ତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଟାଙ୍ଗୀ-ଚୌଦ୍ୱାର ପଂଚାୟତ ସମିତି ଉପାଧ୍ୟକ୍ଷା- ସୁପ୍ରୀୟା ଜେଠୀ, ଜିଲ୍ଲା ପରିଷଦ ସଦସ୍ୟା ଜ୍ୟୋସ୍ନାରାଣୀ ସୁବୁଦ୍ଧିରାୟ, ସରପଂଚ- ସଂନ୍ଧ୍ୟାରାଣି ରାଉତ, ସମିତି ସଭ୍ୟା- ରିତା ରାଉତ, ଜିଲ୍ଲା କମିଟିର- ଶୁଭେନ୍ଦୁ ସାମଲ,ଆଶୁତୋଷ ଦାସ,ବିମଲ କୁମାର ବେଉରା, ନିମାଇଁ ଚରଣ ବିଶ୍ୱାଳ, ଯୁବ କମିଟିର- ଅର୍ଜୁନ ପଣ୍ଡା, ସଂଗ୍ରାମ କେଶରୀ ଜୀ, ଲୋକନାଥ ମାଝୀ, ପବିତ୍ର ମେହାନ ପଣ୍ଡା, ମହିଳା କମିଟିର- ଜୟଶ୍ରୀ ପରିଡ଼ା, ଅଂଜନା ବେହେରା, ହେମଲତା ସାହୁ, ନିରୁପମା ବେହେରା, ଧରିତ୍ରୀ ସାହୁ, ବନି ମାଝୀଙ୍କ ସହ ବହୁ କର୍ମୀ ଏହି ଜନସଂର୍ପକ ପଦଯାତ୍ରାରେ ଯୋଗ ଦେଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories