ବୌଦ୍ଧ: ସ୍ଥାନୀୟ ଶିଶୁ ଯତ୍ନ ଅନୁଷ୍ଠାନ ରାମକୃଷୃ ବାଳାଶ୍ରମ, ବିରନରସିଂହପୁର, ବୌଦ୍ଧଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ-୨୦୨୩” ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ହୋଇଯାଇଛି। ଉଦଯାପନୀ ସଭାରେ ଜିଲ୍ଲାପାଳ ବୌଦ୍ଧ ନୃସିଂହ ଚରଣ ସ୍ୱାଇଁ, ମୁଖ୍ୟଅତିଥୀ ଭାବରେ ଯୋଗଦେଇ ଶିଶୁମାନଙ୍କ ପାଇଁ ସରକାର ସବୁବେଳେ ତତ୍ପର ଓ ସେମାନଙ୍କ ସୁରକ୍ଷାକୁ ସବୁବେଳେ ଗୁରୁତ୍ୱ ଦେଉଛନ୍ତି ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଯୋଗଦେଇ ଶିଶୁମାନଙ୍କ ପ୍ରତିଭାକୁ ପ୍ରଶଂସା କରିବା ସହ କୌଣସି ଅସୁବିଧା ହେଲେ ପୋଲିସ ତଥା ଜିଲ୍ଲା ପ୍ରଶାସନର ସହାୟତା ନେବା ପାଇଁ ପରାମର୍ଶ ଦେଇଥିଲେ।
Popular Categories



