ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା, ଭାଗ ନେଲେ ୧୫୬ ଛାତ୍ରଛାତ୍ରୀ

ଫୁଲବାଣୀ: ଜିଲ୍ଲା ସ୍ତରରେ ଷ୍ଟାର୍ଟଅପ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ଓ ଷ୍ଟାର୍ଟଅପ ଏକ୍ସପ୍ରେସ ମଙ୍ଗଳବାର ଦିନ କନ୍ଧମାଳ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିଛି। ଏହି ଯାତ୍ରା ଆଜି କନ୍ଧମାଳ ଜିଲ୍ଲାର ପ୍ରମିଳା ଦେବୀ ଡିଗ୍ରୀ କଲେଜ ପରିଦର୍ଶନ କରିଛି ଯେଉଁଠାରେ ସମୁଦାୟ ୭ଟି ନୂଆ ଆଇଡିଆ ସଂଗ୍ରହ କରାଯାଇଥିବା ବେଳେ, ମୋଟ ୧୨୧ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ସୋମବାର ଦିନ କନ୍ଧମାଳ ଜିଲ୍ଲାର କେବି ହିଷ୍ଟ ଡିଗ୍ରୀ କଲେଜ ପରିଦର୍ଶନ କରିଥିଲା। ଯେଉଁଥିରେ ସମୁଦାୟ ୧ଟି ନୂଆ ଷ୍ଟାର୍ଟଅପ ଆଇଡିଆ ସଂଗ୍ରହ ହୋଇଥିବାବେଳେ ସମୁଦାୟ ୩୫ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା। ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି। ପୂର୍ବ ସଂସ୍କରଣର ଉଲ୍ଲେଖନୀୟ ସଫଳତା ପରେ ଚଳିତବର୍ଷ ଏହି ଷ୍ଟାର୍ଟଅପ ଯାତ୍ରା ୨୦୦ରୁ ଅଧିକ କଲେଜ ଏବଂ ୬୦ରୁ ଅଧିକ ବିଦ୍ୟାଳୟ ପରିଦର୍ଶନ କରି ଏହି ପ୍ରୟାସକୁ ଆହୁରି ଆଗକୁ ବଢ଼ାଇବାକୁ ଲକ୍ଷ୍ୟ ରଖିଛି। ଏହି ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ।

Comments are closed.