www.samajalive.in
Saturday, December 6, 2025
16.1 C
Bhubaneswar

ମୃତ ବାରହା ଜବତ, ଜଣେ ଗିରଫ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଚମ୍ପାଝର ଫୋରେଷ୍ଟ ବିଟ ଅଞ୍ଚଳରୁ ଉଦ୍ଧାର ହୋଇଥିବା ତୀର ବିଦ୍ଧ ବାରହା ମାମଲାରେ ପୁଲିସ ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ରବିବାର ଅପରାହ୍ନରେ ବନବିଭାଗ ତୀର ବିଦ୍ଧ ବାରହାକୁ ଜବତ କରିଥିଲା।

ସୂଚନା ଯୋଗ୍ୟ, ଚମ୍ପାଝର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁଦର୍ଶନପୁର ଗ୍ରାମ ନିକଟରେ ଥିବା ଶିମିଳିପାଳ ସଂରକ୍ଷିତ ଜଙ୍ଗଲ ସଂଲଗ୍ନରେ ରହିଥିବା ଧାନଚାଷ ବିଲ ଗୁଡ଼ିକରେ ଜଙ୍ଗଲ ଭିତରୁ ବାରହା ପଲ ଆସି ପାଚିଲା ଧନ ଫସଲ ନଷ୍ଟ କରି ଦିଅନ୍ତି। ତେଣୁ ଚାଷୀମାନେ ବିଭିନ୍ନ ଉପାୟରେ ବାରହା ପଲଙ୍କୁ ଘଉଡ଼ାଇ ଥାଆନ୍ତି। ରବିବାର ଅର୍ଥାତ ଗତକାଲି ଅପରାହ୍ନରେ ସୁଦର୍ଶନପୁର ଗ୍ରାମର ବିପିନ ବିହାରୀ ମହାନ୍ତ (୩୦)ଙ୍କ ଧାନ ବିଲରେ ବାରହା ପଲ ଧାନ ଫସଲ ଖାଉଥିବାର ଦେଖି ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ପରେ ଏକ ଧନୁ ତୀର ନେଇ ବାରହା ପଲଙ୍କୁ ତୀର ମାରିଥିଲେ। ବାରହା ପଲ ଭିତରୁ ୨ ବର୍ଷର ଏକ ବାରହା ଦେହରେ ୩ଟି ତୀର ବାଜି ତା’ର ମୃତ୍ୟୁ ହୋଇଥିଲା। ବିପିନ ମୃତ ବାରହାକୁ ଆଣି ଜଙ୍ଗଲ ନିକଟରେ ଥିବା ଏକ ପୋଖରୀ କୂଳରେ ପୋତି ଦେଇଥିଲେ। ଖବରଟି ଜଣାପଡ଼ିବା ପରେ ଚମ୍ପାଝର ଫୋରେଷ୍ଟର ଗିରିଜା ନନ୍ଦ ଦଳେଇ, ଫୋରେଷ୍ଟ ଗାର୍ଡ଼ କିଶୋର ମହାନ୍ତ, ଟିପିଏଫ କର୍ମୀ ପରେଶ ଚନ୍ଦ୍ର ମହାନ୍ତ ବାରହାକୁ ପୋତି ଫେରୁଥିବା ବିପିନଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରୁ ମୃତ ବାରହାକୁ ଜବତ କରିଥିଲେ। ବାରହାର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଠାକୁରମୁଣ୍ଡା ବନାଞ୍ଚଳକାର୍ଯ୍ୟାଳୟକୁ ଆଣିଥିଲେ। ଠାକୁରମୁଣ୍ଡା ବନାଞ୍ଚଳ କେଶ ନଂ ୧୨୮ ଅନୁଯାୟୀ ମାମଲା ରୁଜୁ ପରେ ଆଜି ବିପିନଙ୍କୁ କୋର୍ଟ ଚାଲାଣ କରିଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories