www.samajalive.in
Sunday, December 14, 2025
14.1 C
Bhubaneswar

ହୀରାଖଣ୍ଡ ଟ୍ରେନ ରହଣି ପାଇଁ ଡିଆରଏମଙ୍କ ନିକଟରେ ଦାବି

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଶିକର ପାଇ ରେଳ ଷ୍ଟେସନରେ ହୀରାଖଣ୍ଡ ଟ୍ରେନ ରହଣି ପାଇଁ ଶିକରପାଇ ମଣ୍ଡଳ ବିଜେପି ଦଳ ପକ୍ଷରୁ ଆଜି ଲିଖିତ ଦାବି ପତ୍ର ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ କୋଭିଡ଼- ୧୯ ଆରମ୍ବ ଠାରୁ ଶିକରପାଇ ରେଳ ଷ୍ଟେସନରେ ହୀରାଖଣ୍ଡ ସମେତ ଅନ୍ୟ ଯାତ୍ରୀବାହୀ ଟ୍ରେନ ରହୁ ନାହିଁ। ପୂର୍ବରୁ ଏହି ସବୁ ଟ୍ରେନ ରହୁଥିଲା। ଶିକରପାଇ ରେଳ ଷ୍ଟେସନ ପାରିପାର୍ଶ୍ଵରେ ୩ଟି ବ୍ଳକ ୨୧ଟି ଗ୍ରାମ ପଞ୍ଚାୟତ ୧ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ବ ଅଞ୍ଚଳ ରହିଛି। ବ୍ୟବସାୟୀ, ଆବଶ୍ୟକ ସ୍ବାସ୍ଥ୍ୟ ସେବା, ପିଲା ମାନଙ୍କର ଶିକ୍ଷା କ୍ଷେତ୍ରରେ ଭୁବନେଶ୍ୱର ଯିବା ଆସିବା ପାଇଁ ବହୁତ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ। ପୂର୍ବରୁ ଏ ନେଇ ଦାବି ପତ୍ର ଦିଆଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories