www.samajalive.in
Sunday, December 14, 2025
19.1 C
Bhubaneswar

ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୧୯ ନମ୍ବର ୱାର୍ଡ଼ ହାଉସିଂ ବୋର୍ଡ଼ସ୍ଥିତ ବରିଷ୍ଠ ନାଗରିକ କ୍ଲବ୍‌‌ ତରଫରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇ ଯାଇଛି। କ୍ଲବ୍‌‌ ସଭାପତି ଶିଶିର କୁମାର ଶତପଥୀଙ୍କ ପୌରୋହିତ୍ୟରେ କ୍ଲବ୍‌‌ ଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ସମସ୍ୟା ସହିତ କ୍ଲବ୍‌‌ର ସମସ୍ୟା ଗୁଡ଼ିକୁ ସମାଧାନ ଦିଗରେ ପଦକ୍ଷେପ ନିଆଯିବବୋଲି ପ୍ରତିଶ୍ରୁତି ଦେଇଥିଲେ। ଉପ ସଭାପତି ପ୍ରତାପ କୁମର ସାମଲ, ସମ୍ପାଦକ ସୁଶାନ୍ତ କୁମାରସାହୁ, ମହେଶ୍ୱର ପଣ୍ଡା, ଗୌରାଙ୍ଗ ଚନ୍ଦ୍ର ଦାସ, ଶରତ ଦାସ, ପ୍ରମୋଦ ସାମଲ ପ୍ରମୁଖ ବରିଷ୍ଠ ନାଗରିକଙ୍କ ଜୀବନର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ଶାନ୍ତିପୂର୍ଣ୍ଣ ଜୀବନ ଯାପନର ବିଭିନ୍ନ ଉପାୟ ଉପରେ ଆଲୋକପାତ କରିଥିଲେ। କୋଷାଧ୍ୟକ୍ଷ ଅଜୟ କୁମର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କ୍ଲବ୍‌‌ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୌରପାଳିକ ୧୭ ନମ୍ବର ୱାର୍ଡ଼ କାଉନସିଲର ଆଶୁତୋଷ ଦାସଙ୍କ ପୌରୋହିତ୍ୟରେ ୱାର୍ଡ଼ସ୍ଥିତ ବରିଷ୍ଠ ନାଗରିକ ସଂଘରେ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇ ଯାଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories