www.samajalive.in
Sunday, December 14, 2025
18.1 C
Bhubaneswar

ଡମଣୀ ଡ୍ୟାମରେ ବୁଡି ଜଣେ ନିଖୋଜ

ଚୌଦ୍ୱାର: ଚୌଦ୍ୱାର ଥାନା ମଙ୍ଗରାଜପୁର ପଞ୍ଚାୟତର କୋଚିଲାନୁଆଗାଁ ନିକଟସ୍ଥ ଡମଣୀ ପୀଠ ନିକଟରେ ଥିବା ଡ୍ୟାମରେ ବୁଡି ଜଣେ ଯୁବକ ନିଖୋଜ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୁଚନା ଅନୁଯାୟୀ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ଡ଼ମଣୀ ପୀଠକୁ ରବିବାର କଟକ ସିଡ଼ିଏ ଅଞ୍ଚଳରୁ ୪ଜଣ ଯୁବକ ଭୋଜି କରିବାକୁ ଆସିଥିଲେ। ସେଠାରେ ଭୋଜି ଚାଲୁଥିବା ସମୟରେ ଯୁବକମାନେ ନିକଟସ୍ଥ ଡ୍ୟାମରେ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ କଟକ ସିଡ଼ିଏ ଅଞ୍ଚଳର ଅଂଶୁମାନ ନାୟକ ନାମକ ଜଣେ ଯୁବକ ପାଣିରେ ବୁଡ଼ି ଯାଇଥିଲେ। ତାଙ୍କ ବଂଧୁମାନେ ତଥା ସ୍ଥାନୀୟ ଲୋକେ ଖୋଜାଖୋଜି କରି ତାଙ୍କୁ ନପାଇବାରୁ ଦମକଳ ବିଭାଗକୁ ଖବର ଦିଆ ଯାଇଥିଲା। ଚୌଦ୍ୱାର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ୪ଘଣ୍ଟା ଧରି ଖୋଜାଖୋଜି ଜାରୀ ରଖିଥିଲେ ହେଁ ସଂଧ୍ୟା ସୁଦ୍ଧା ଅଂଶୁମାନଙ୍କ କୌଣସି ପତ୍ତା ମିଳି ପାରି ନଥିବା ଜଣା ପଡ଼ିଛି। ଆଜି ପୁଣି ଖୋଜାଖୋଜି ଆରମ୍ଭ ହେବ ବୋଲି ଚୌଦ୍ୱାର ଫାୟାର ଅଫିସର ବିଷ୍ଣୁ ପ୍ରସାଦ ଦାସ ସୂଚନା ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories