www.samajalive.in
Saturday, December 13, 2025
14.1 C
Bhubaneswar

ବୈଦ୍ୟୁତିକ ହୋଲସେଲ ବ୍ୟବସାୟିକ ପ୍ରତିଷ୍ଠାନ ଓ ବାସଭବନରେ ଜିଏସଟି ଚଢ଼ାଉ

ସମ୍ବଲପୁର: ରାଜ୍ୟରେ ସିଟି ଓ ଜିଏସଟି କର ଫାଙ୍କିବାର ଅନେକ ଅଭିଯୋଗ ହୋଇ ଆସୁଥିବାରୁ ବିଭାଗ ପକ୍ଷରୁ ବୁଧବାର ସମ୍ବଲପୁରର ଅଇଁଠାପାଲି ସ୍ଥିତ ଏକ ବୈଦ୍ୟୁତିକ ହୋଲସେଲ ବ୍ୟବସାୟିକ ପ୍ରତିଷ୍ଠାନ ଓ ମାଲିକ ମାନଙ୍କର ବାସଭବନରେ ଜିଏସଟି ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ବିଶ୍ୱସ୍ତସୁତ୍ରରୁ ଖବର ପାଇ ସମ୍ବଲପୁର ସିଟି ଓ ଜିଏସଟି ବିଭାଗ ପକ୍ଷରୁ ଉପ ଆୟୁକ୍ତ ଟେକଚାନ୍ଦ ମେହେର ଓ ସହକାରୀ ଆୟୁକ୍ତ ସୁଭ୍ରଜିତ ଦାସଙ୍କ ନେତୃତ୍ୱରେ ଅଇଁଠାପାଲି ସ୍ଥିତ ମେସର୍ସ ହିମାଚଳ ଟ୍ରେଡିଂ କମ୍ପାନୀ ନାମକ ବୈଦ୍ୟୁତିକ ହୋଲସେଲ ଦୋକାନ, ଗୋଦାମ ଓ ବାସଭବନରେ ଏକକାଳୀନ ଚଢ଼ଉ କରାଯାଇଛି। ଦୋକାନ ମାଲିକ ମଧୁସୂଦନ ବିହାନୀ ଓ ସପନ କୁମାର ଦାସଙ୍କ ବୃନ୍ଦାବନ ବିହାର ସ୍ଥିତ ବାସଭବନ, ବାସଭବନ ଗୁଡିକରେ ଥିବା ୨ଟି ଗୋଦାମ, ଅଇଁଠାପାଲି ମୁଖ୍ୟ ରାସ୍ତା କଡରେ ଥିବା ରିଟେଲ ଦୋକାନ, ଡାଏଟ ଗଳିରେ ଥିବା ଦୋକାନ ଓ ଗୋଦାମ ଉପରେ ଏକାକାଳୀନ ଚଢ଼ଉ କରାଯାଇଛି। ଏହି ଚଢ଼ଉରେ ୧୨ ଜଣ ସିଟି ଓ ଜିଏସଟିର ଅଧିକାରୀ ଓ କର୍ମଚାରୀଙ୍କ ସମେତ ପୁଲିସ ଅଧିକାରୀ ଓ କର୍ମଚାରୀ ସାମିଲ ରହିଥିଲେ। ସକାଳ ପ୍ରାୟ ୧୧ଟା ସମୟରେ ଆରମ୍ଭ ହୋଇଥିବା ଏହି ଚଢ଼ଉ ଅଭିଯାନ ରାତ୍ର ପ୍ରାୟ ୧୦ଟା ପର୍ଯ୍ୟନ୍ତ ଜାରି ରହିଥିଲା। ଏହି ଚଢ଼ଉ ସମୟରେ ବ୍ୟବସାୟୀଙ୍କ କମ୍ପ୍ୟୁଟର, ବିକ୍ରି କାଗଜପତ୍ର, ଷ୍ଟକ, ମୋବାଇଲ ଆଦି ବିଭିନ୍ନ କାଗଜପତ୍ର ଆଦି ଚଢ଼ଉକାରୀ ଦଳକୁ ନିଜ ହେପାଜତକୁ ଯାଞ୍ଚ ପାଇ ନେଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ ସମସ୍ତ କାଗଜପତ୍ର ଆଦି ହେପାଜତକୁ ନିଆଯାଇ ଯାଞ୍ଚ ସକାଶେ ବ୍ୟବସାୟୀଙ୍କୁ ତାଙ୍କର କିଣାବିକା ସମ୍ବନ୍ଧିତ କାଗଜପତ୍ର ୨ ଦିନ ମଧ୍ୟରେ ପ୍ରଦାନ କରିବାକୁ ନୋଟିସ ଦିଆଯାଇଛି। ବ୍ୟବସାୟୀ କିଣାବିକା ସମ୍ପର୍କରେ କାଗଜପତ୍ର ଦାଖଲ କଲେ ଆଇନ ଅନୁଯାୟୀ ସେ କେତେ ଟିକସ ଦେଇଛନ୍ତି କି ନାହିଁ ତାହା ଜଣାପଡ଼ିବ। ଯଦି ଟିକସ ଦେବାରେ କୌଣସି ପ୍ରକାରର ଅନିୟମିତତା ବାହାରିବ ତାହା ହେଲେ ଟିକସ ସମେତ ଜରିମାନା ମଧ୍ୟ ଆଦାୟ କରାଯିବ ବୋଲି ବିଭାଗର ଅଧିକାରୀ ସୁଭ୍ରଜିତ ଦାସ କହିଛନ୍ତି। ପ୍ରାଥମିକ ଯାଞ୍ଚରେ ଆନୁମାନିକ ଲକ୍ଷାଧିକ ଟଙ୍କା ଟିକସ ଚୋରି ହୋଇଥିବାର ଅନୁମାନ କରାଯାଉଥିବା ବେଳେ ଦୋକାନ ମାଲିକ ବିଭାଗକୁ ସହଯୋଗ କରି ସମସ୍ତ କାଗଜପତ୍ର ରଖିଥିବାର କହୁଛନ୍ତି। ଏଣୁ ଆଗାମୀ ଦିନରେ ଟିକସ ସମ୍ବନ୍ଧୀତ ସମସ୍ତ କାଗଜପତ୍ର ଗୁଡିକ ବିଭାଗ ସମ୍ମୁଖରେ ବ୍ୟବସାୟୀ ଦାଖଲ କରିବା ପରେ ସମସ୍ତ ତଥ୍ୟ ଗୁଡିକୁ ଏକତ୍ରିତ କରି ଯାଞ୍ଚ କରାଯାଇ ମେଳାଣ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories