www.samajalive.in
Sunday, December 14, 2025
19.1 C
Bhubaneswar

ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ପଦ୍ମଶ୍ରୀ ପ୍ରୋ.କିଶନ ସେଠଙ୍କୁ ସ୍ଵାଗତ

ସମ୍ବଲପୁର: ଯୁବଗୋଷ୍ଠୀଙ୍କ ମଧ୍ୟରେ ଭାରତୀୟ ସଂସ୍କୃତି, କଳା ଓ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ପ୍ରଚାର ଉଦ୍ଦେଶ୍ୟରେ ଭାରତ ଯାତ୍ରାରେ ବାହାରିଥିବା ସ୍ପେସିମେର ପ୍ରତିଷ୍ଠାତା ପଦ୍ମଶ୍ରୀ କିଶନ ସେଠଙ୍କୁ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ପ୍ରୋ ଆଦିତ୍ୟ ପ୍ରସାଦ ପାଢ଼ୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭା ରେ ପ୍ରାଧ୍ୟାପକ କାମଦେବ ସାହୁ ପଦ୍ମଶ୍ରୀ ଡ. ସେଠ ଙ୍କ ବିଷୟ ରେ ସୂଚନା ପ୍ରଦାନ କରି ତାଙ୍କର ସାଇକେଲ ଯାତ୍ରାର ଉଦେଶ୍ୟ ଜ୍ଞାପନ କରିଥିଲେ। ପରେ ପ୍ରୋ ସେଠ ନିଜର ବକ୍ତ୍ୟବରେ ସାମ୍ପ୍ରତିକ ପରିସ୍ଥିତିରେ ଯୁବ ସମାଜ ମଧ୍ୟରେ ଅସ୍ଥିରତା ରୋଗ ମହାମାରୀ ପରି ବ୍ୟାପିଥିବା ଉଲ୍ଲେଖ କରି ସ୍କୁଲ, କଲେଜ ମାନଙ୍କରେ ପିଲାଙ୍କୁ ମାନସିକ ଏକାଗ୍ରତା ବିଷୟରେ ଶିକ୍ଷା ଦେବାକୁ ଆହ୍ୱାନ ଦେଇ ଶାସ୍ତ୍ରୀୟ ସଙ୍ଗୀତ ମାଧ୍ୟମ ରେ ଏହା ସମ୍ଭବ ବୋଲି ବିଭିନ୍ନ ଉଦାହରଣ ଓ ନିଜ ଜୀବନ ର ୪୭ ବର୍ଷର କେତେକ ଅଭିଜ୍ଞତାକୁ ବ୍ୟାଖ୍ୟା କରି କହିଥିଲେ। ସମଗ୍ର ବିଶ୍ୱରେ ବର୍ତମାନ ଏହା ଏକ ଆନ୍ଦୋଳନ ରେ ପରିଣତ କରିବାକୁ ଉଦ୍ୟମ ଅବ୍ୟାହତ ଥିବା ସେ ପ୍ରକାଶ କରି ପ୍ରଚାର ଓ ପ୍ରସାର ପାଇଁ ସମ୍ବଲପୁରରେ ଏକ କମିଟି ଗଠନ ପାଇଁ ପରାମର୍ଶ ଦେଇଥିଲ। ସଭାପତି ଅଭିଭାଦନରେ ପ୍ରୋ. ପାଢ଼ୀ ଏକାଗ୍ରତା ଓ ବ୍ରାହଚଯ୍ୟ ଆଦି ଯୁଗରୁ ଭାରତୀୟ ପରମ୍ପରା କୁ ଆଧୁନିକ ସଭ୍ୟତା ନଷ୍ଟ କରିଥିବା କହିଥିଲେ। ଲାଇବ୍ରେରିର ସଭ୍ୟ ସଂପାଦକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଯୁଗ୍ମ ସମ୍ପାଦକ ରାଜେନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories