ଯୋଡାରେ କାୟା ମେଲାଉଛି ଡେଙ୍ଗୁ, ସ୍ୱତନ୍ତ୍ର ପଦକ୍ଷେପ ଜରୁରୀ

କେନ୍ଦୁଝରଗଡ଼: ଚଳିତ ମାସ ୨୧ତାରିଖ ସୁଦ୍ଧା ଜିଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୩୧ରେ ପହଞ୍ଚିଥବା ବେଳେ ସେଥି ମଧ୍ୟରୁ କେବଳ ଯୋଡାରେ ୯୧ଜଣ ଚିହ୍ନଟ ହେବା ସମ୍ପୃକ୍ତ ଅଞ୍ଚଳରେ ଡେଙ୍ଗୁ ଦିନକୁ ଦିନ ତା’ର କାୟା ମେଲାଇବାରେ ସକ୍ଷମ ହୋଇଛି। ଯଦିଓ ଅଦ୍ୟାବଧି ଡେଙ୍ଗୁ ଆକ୍ରାନ୍ତ ଜଣେ ହେଲେ ରୋଗୀଙ୍କ ମୃତ୍ୟୁ ଘଟିନାହିଁ, ୨୦୧୬ ମସିହାରେ ବଡବିଲ ଅଞ୍ଚଳରେ ଡେଙ୍ଗୁର ଭୟାବହ ପରିସ୍ଥିତି ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହେବା ସେତେବେଳେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ବେଳ ଥାଉଁ ଥାଉଁ ଯୋଡା ଅଞ୍ଚଳରେ ଡେଙ୍ଗୁ ନିରାକରଣ ନେଇ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାନଗଲେ ୨୦୧୬ରେ ବଡବିଲ ପୌରାଞ୍ଚଳରେ ହୋଇଥିବା ଘଟଣାର ପୁନରାବୃତ୍ତି ଆଶଙ୍କାକୁ ଏଡାଇ ଦିଆଯାଇନପାରେ ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି।

Comments are closed.