www.samajalive.in
Friday, December 12, 2025
15.1 C
Bhubaneswar

ଶିଶୁ ଉପନ୍ୟାସ ‘କୁନିବଣି’ ଓ ‘ମୁଁ ବି ଆମ୍ବେଦକର’ ଉନ୍ମୋଚିତ

ଡେସ୍କ: ଭୁବନେଶ୍ୱର ଲୋହିଆ ଏକାଡ଼େମୀ ସଭାଗୃହରେ ଓଡ଼ିଆ ଶିଶୁ ଉପନ୍ୟାସ ‘କୁନିବଣି’ ଓ କନ୍ନଡ଼ରୁ ଅନୁବାଦିତ ଶିଶୁ ଉପନ୍ୟାସ ‘ମୁଁ ବି ଆମ୍ବେଦକର’ ଉନ୍ମୋଚିତ ହୋଇଯାଇଛି। ଡ଼ ନରେନ୍ଦ୍ର ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ପ୍ରଫେସର ଡକ୍ଟର ଶାନ୍ତନୁ କୁମାର ଆଚାର୍ଯ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ଓ ଶିଶୁ ସାହିତ୍ୟିକ ଦାଶ ବେନହୁର, ସମ୍ମାନିତ ଅତିଥି ଭାବେ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ସନାତନ ପଣ୍ଡା, ବାଲସାହିତ୍ୟ ପୁରସ୍କାରପ୍ରାପ୍ତ ଲେଖକ ବୀରେନ୍ଦ୍ର ମହାନ୍ତି, ବିଶେଷ ଅତିଥି ଭାବେ କନ୍ନଡ ଭାଷା ପାଇଁ ବାଲସାହିତ୍ୟ ପୁରସ୍କାରପ୍ରାପ୍ତ ଲେଖକ ଏଚ. ଏସ. ବ୍ୟାକୋଡ଼ ଯୋଗ ଦେଇଥିଲେ।

ମୁଖ୍ୟଅତିଥି ପ୍ରଫେସର ଡକ୍ଟର ଶାନ୍ତନୁ କୁମାର ଆଚାର୍ୟ “କୁନିବଣି” ଏକ ଯୁଗସ୍ରଷ୍ଟା ଶିଶୁ ଉପନ୍ୟାସ ବୋଲି ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଲେଖକ ବୀରେନ୍ଦ୍ର ମହାନ୍ତି ଶିଶୁ ଉପନ୍ୟାସ ଅଧିକରୁ ଅଧିକ ଲିଖନ ପାଇଁ ପରାମର୍ଶ ଦେଇଥିଲେ। ଶିକ୍ଷାବିତ ତଥା ଶିଶୁ ସାହିତ୍ୟିକ ସନାତନ ପଣ୍ଡା ଶିଶୁ ଉପନ୍ୟାସକୁ ବିଦ୍ୟାଳୟରେ ଅଧିକରୁ ଅଧିକ ଶିଶୁପ୍ରିୟ କରିବା ପାଇଁ ଆହ୍ଵାନ ଦେଇଥିବା ବେଳେ ମୁଖ୍ୟବକ୍ତା ତଥା ଶିଶୁ-ସାହିତ୍ୟିକ ଦାଶ ବେନହୁର ଶିଶୁ ସାହିତ୍ୟ ଆଜିକାଲି ପାଠକାଦୃତ ହେଉଥିବା ବ୍ୟକ୍ତ କରିଥିଲେ ଏବଂ ଶିଶୁ ଉପନ୍ୟାସ ପିଲାଙ୍କ ପାଖରେ ଅଧିକରୁ ଅଧିକ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ। ସଭାମୁଖ୍ୟ ତଥା ବାଲସାହିତ୍ୟ ପୁରସ୍କାରପ୍ରାପ୍ତ ଲେଖକ ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସ ଶିଶୁ ସାହିତ୍ୟ ଏବଂ ସମାଜ ଗଠନରେ ଶିଶୁ ଉପନ୍ୟାସର ଉପଯୋଗିତା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ‘କୁନିବଣି’ ଭଳି ଏକ ଭଲ ଶିଶୁ ଉପନ୍ୟାସକୁ ଉପହାର ଦେବା ନିମନ୍ତେ ସମସ୍ତଙ୍କୁ କହିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories