www.samajalive.in
Saturday, December 13, 2025
26.1 C
Bhubaneswar

ଜଗନ୍ନାଥ ସଡ଼କ ଅବସ୍ଥା ଶୋଚନୀୟ, ଫସିଲା ଯାତ୍ରୀବାହୀ ବସ

ହରଭଙ୍ଗା: ହରଭଙ୍ଗା-ଧଳପୁର ଜଗନ୍ନାଥ ସଡ଼କର ଶୋଚନୀୟ ଅବସ୍ଥା ଯୋଗୁଁ ବୁଲୁରା ଭଉଁରୀ ପଥର ପିଛିଲାରେ ସ୍ପାଇସ ନାମକ ଏକ ଯାତ୍ରୀବାହୀ ବସର ରାସ୍ତାରେ ଫସିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଆଜି ଅପରାହ୍ନରେ ଅନୁଗୁଳ ଜିଲ୍ଲା ଆଠମଲିକ ବିନିକାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସ୍ପାଇସି ନାମକ ବସର ପଛ ପାର୍ଶ୍ୱ ମାଟିରେ ଲାଗିଯିବାରୁ ବସଟି ଦୀର୍ଘ ୫ ଘଣ୍ଟା ଧରି ରାସ୍ତାରେ ଫସି ରହିଥିଲା। ଫଳରେ ଗାଡ଼ିରେ ଥିବା ୪୦ ଜଣ ଯାତ୍ରୀ ଜଙ୍ଗଲ ରାସ୍ତାରେ ବହୁସମୟ ଧରି ଅଟକି ରହିଥିଲେ। ଦୀର୍ଘ ୫ ଘଣ୍ଟା ପରେ ସେଠାରୁ ଗାଡିକୁ ଉଦ୍ଧାର ପରେ ବସଟି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲା। ସୂଚନା ଥାଉକି ଧଳପୁର ଆଠମଲିକ ମହାନଦୀ ସେତୁ ନିର୍ମାଣ ପରେ ଏହି ରାସ୍ତାରେ ଯାତ୍ରୀ ବାହି ବସ ଚଳାଚଳ ବୃଦ୍ଧି ପାଇଛି। ୧୨ ଫୁଟ ଓସାରର ପ୍ରଧାନମନ୍ତ୍ରୀ ରାସ୍ତାରେ ବଡ଼ ବଡ଼ ବସ ଯାତାୟତ କରୁଥିବା ଅସୁବିଧା ହେଉଛି। ଅନ୍ୟପଟେ ଗାଡି ଚଲାଚଳ ଯୋଗୁ ବର୍ତମାନ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories