ମାଲକାନଗିରି: ମାଲକାନଗିରିରେ ଏକ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ପାଣି ଟ୍ୟାଙ୍କରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମୟରେ ମାଥିଲି ଥାନା ପୁଲିସ ରବିବାର ଏହିସବୁ ଗଞ୍ଜେଇକୁ ଜବତ କରିଛି। ପ୍ରାୟ ୧୪୪୩ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ମୂଲ୍ୟ ଦେଢ କୋଟିରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଉକ୍ତ ଘଟଣାରେ ପୁଲିସ ଦୁଇ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜବତ ହୋଇଥିବା ଗଞ୍ଜେଇ ମାଲକାନଗିରିରୁ ଉତ୍ତରପ୍ରଦେଶ ନିଆଯାଉଥିଲା ବୋଲି ସୂଚନା ମିଳିଛି।
Popular Categories



