www.samajalive.in
Wednesday, December 10, 2025
23.1 C
Bhubaneswar

ଜଙ୍ଗଲରେ ସୁରକ୍ଷିତ ଭାବେ ଛଡା ହେଲା ୧୦ ଫୁଟର ଅଜଗର

କଲମପୁର: କଲମପୁର ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରର ସିଡି ତଳେ ଥିବା ଏକ ଅଜଗର ସାପକୁ ସୁରକ୍ଷିତ ଭାବେ ଶୁକ୍ରବାର ସକାଳେ ଉଦ୍ଧାର କରି ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି। ଶୁକ୍ରବାର ସକାଳେ କଲମପୁର ଶରତ ଚନ୍ଦ୍ର ପୁରୋହିତଙ୍କ ଘର ସିଡି ତଳେ ଏକ ଅଜଗର ସାପ ଥିବା ତାଙ୍କ ପରିବାର ଲୋକ ଦେଖିଥିଲେ। ୧୦ ଫୁଟରୁ ଅଧିକ ଲମ୍ବ ଥିବା ସାପକୁ ଦେଖି ପରିବାର ଲୋକ ଛାନିଆ ହୋଇଥିଲେ। ଏନେଇ ତୁରନ୍ତ ଦାସିଗାଁ ଠାରେ ଥିବା ସ୍ନେକ ହେଲ୍ପ ଲାଇନ ସଦସ୍ୟ ବିରେନ୍ଦ୍ର କୁମାର ସାହୁଙ୍କ ସହ ଯୋଗାଯୋଗ କରିଥିଲେ। ବିରେନ୍ଦ୍ର ଏନେଇ ସୁଚନା ପାଇବା ପରେ ତୁରନ୍ତ ଶ୍ରୀ ପୁରୋହିତଙ୍କ ଘରେ ପହଂଚି ଅଜଗର ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହାସହ ସ୍ଥାନୀୟ ବନପାଳ ସୀମା ଧଙ୍ଗଡାମାଝୀଙ୍କୁ ଅଜଗର ଉଦ୍ଧାର ନେଇ ସୂଚନା ଦେଇଥିଲେ। ପରେ ସୁରକ୍ଷିତ ଭାବେ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲରେ ଅଜଗରକୁ ଛାଡି ଦିଆଯାଇଛି।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories