ଫୁଲବାଣୀ: ଫୁଲବାଣୀ ସଦର ମହକୁମାର ମୁଖ୍ୟ ଡାକଘର ପରିସରରେ ଗ୍ରାମୀଣ ଡାକ ସେବକ ସଙ୍ଘର ସଭାପତି କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ସମସ୍ତ ଗ୍ରାମୀଣ ଡାକ ସେବକଙ୍କ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶ ସ୍ବାଧୀନତା ପାଇବାର ୭୬ ବର୍ଷ ବିତିଯାଇଥିଲେ ମଧ୍ୟ ଗ୍ରାମୀଣ ଡାକ ସେବକମାନେ କୌଣସି ସୁବିଧା ଆଜି ପର୍ୟ୍ୟନ୍ତ ପାଇ ପାରୁ ନାହାନ୍ତି। ଗ୍ରାମୀଣ ଡାକ ସେବକମାନେ ଗ୍ରାମାଞ୍ଚଳରେ ରହୁଥିବା ଜନ ସାଧାରଣଙ୍କୁ ଦୈନିକ ୮ରୁ ୧୦ ଘଣ୍ଟା ନିସ୍ବାର୍ଥ ସେବା ଯୋଗାଉଛନ୍ତି। ଚିଠି ପତ୍ର, ସ୍ପୀଡ଼ ପୋଷ୍ଟ , ପାର୍ସଲ, ଔଷଧ ବାଣ୍ଟିବା, ଡାକ ଘରେ ସ୍ଵଳ୍ପ ସଞ୍ଜୟ ଯୋଜନାରେ ଓ ସୁକନ୍ୟା ସମୃଦ୍ଧି ଯୋଜନାରେ ଖାତା ଖୋଲାଇବା, ଗ୍ରାମୀଣ ଡାକ ଜୀବନ ବୀମା କରାଇବା, ଇଣ୍ଡିଆ ପୋଷ୍ଟ, ପେମେଂଟ ବ୍ୟଙ୍କ ମାଧ୍ୟମରେ ଅନ୍ୟ ବ୍ୟାଙ୍କର ଆକାଉଣ୍ଟରେ ଟଙ୍କା ଉଠାଣ କରିବା ଆଧାର ଲିଙ୍କ କରିବା, ପିଏମ ଜେଜେ ବି ୱାଇ, ପିଏମ ଏସ ବି ଆଇ, ଡିଜିଟାଲ ଲାଇଫ ସାର୍ଟିଫିକେଟ, ଟୁ ହୁଇଲର ଓ ଫୋର ହୁଇଲର ଇନ୍ସୁରାନ୍ସ, ମେଡିକାଲ ଇନ୍ସୁରାନ୍ସ ଆଧାର ମୋବାଇଲ ଲିଙ୍କ ଆଧାର ସେବା ଇତ୍ୟାଦି ଗ୍ରାମୀଣ ଡାକ ସେବକମାନେ ଆଜିର ଦିନରେ କାର୍ୟ୍ୟ କରୁଛନ୍ତି। ସରକାର କୌଣସି ସୁବିଧା ଦେଉ ନାହାନ୍ତି ବୋଲି ସେ କହିଛନ୍ତି। ଧାରଣା ଦେବା ପରେ ମଧ୍ୟ ସରକାର ଯଦି ନଶୁଣନ୍ତି ତାହାହେଲେ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ କରିବା ପାଇଁ ସଂଘ ପକ୍ଷରୁ କୁହାଯାଇଛି।
Popular Categories



