ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଠାରେ ଆଜି ସ୍ୱାସ୍ଥ୍ୟ ବିଭାଗ ରୋଗୀ କଲ୍ୟାଣ ସମିତିର କାର୍ୟ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଜିଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜୟକୃଷ୍ଣ ମିଶ୍ର ଯୋଗଦାନ କରି ସମସ୍ତ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ବୈଠକରେ ରୋଗୀ କଲ୍ୟାଣ ସମିତିର ପାଣ୍ଠି ପରିଚାଳନା ବିବରଣୀ ପ୍ରଦାନ କରିଥିଲେ। ବୈଠକରେ ରୋଗୀସେବା ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟର ଖସଡା ପ୍ରସ୍ତୁତ କରାଯାଇଥିଲା । ଔଷଧ ବିତରଣ ଏବଂ ସଭାଗୃହ, ପରୀକ୍ଷାଗାର, ରୋଗୀମାନଙ୍କ ସୁବିଧା ଅସୁବିଧା, ସଠିକ ସେବା ଯୋଗାଣ, ପରିବେଶକୁ ସ୍ୱଚ୍ଛ ଓ ସୁସ୍ଥ ରଖିବା ଆଲୋଚନା କରାଯାଇଥିଲା। ଏହି ବୈଠକରେ ସାଂସଦ ପ୍ରତିନିଧି ବରିଷ୍ଠ ଓକିଲ ତାରେଣୀ ମହାପାତ୍ର, ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ, ଜିଲ୍ଲା ଚିକିତ୍ସା ମୁଖ୍ୟ ଡାକ୍ତର ସଂଘମିତ୍ରା ପଣ୍ଡା, ଡାକ୍ତର କିଶୋର ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



