www.samajalive.in
Sunday, December 14, 2025
26.1 C
Bhubaneswar

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗ ତରଫରୁ କ୍ୟାମ୍ପସ ପରିସରରେ ସଫେଇ

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ସ୍ନାତକୋତ୍ତର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ବିଶ୍ୱବିଦ୍ୟାଳୟର ପରିସରର କମ୍ପୁଟରସାଇନ୍ସ ବିଭାଗ, ଗଣିତ ବିଭାଗ ଓ ଅର୍ଥନୀତି ବିଭାଗର କୋଠା ଚାରିକଡ ସଫେଇ କରାଯାଇଥିଲା। ଏହି ସଫେଇ କାର୍ଯ୍ୟକ୍ରମରେ ଅର୍ଥନୀତି ବିଭାଗର ସହଯୋଗୀ ପ୍ରଫେସର ମୃତ୍ୟୁଞ୍ଜୟ ସ୍ୱାଇଁ, ସହକାରୀ ପ୍ରଫେସର ବିଷ୍ଣୁଚରଣ ବେହେରା, ପବିତ୍ର ସିଂ,ସହକାରୀ ପ୍ରଫେସର ଦୀପ୍ତିମୟୀ ମିଶ୍ର, ଡ଼ଃ ବିଭୁନନ୍ଦିନୀ ଦାସଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ବିଶ୍ୱବିଦ୍ୟାଳୟର ଚତୁଃପାର୍ଶ୍ଵକୁ ପ୍ରତି ଶନିବାର ଦିନ ଘଣ୍ଟା ଟିଏ ଶ୍ରମଦାନ କ୍ୟାମ୍ପସ ପରିସରକୁ ସଫା କରିବେ ବୋଲି ବିଭାଗୀୟ ଛାତ୍ରଛାତ୍ରୀ ମାନେ ଶପଥ କରିଥିଲେ। ଆଶିଷ ସେନାପତି, ସତ୍ୟନାରାୟଣ ବାରିକ, ମନୋଜ ସାହୁ, ପ୍ରଭାତରଞ୍ଜନ ସାହୁ, ପ୍ରଣୟ ପାତ୍ର, ନୀଳମଣି ପଣ୍ଡା, ଘନଶ୍ୟାମ କୁରକୁରିଆ, ଅବିନାଶ ପାତ୍ର, ନିରଞ୍ଜନ କାର୍ଜି ,ଜସ୍ମିନ ମହାରଣା, ସୁଜାନୀ ବାରିକଙ୍କ ସମେତ ବହୁ ଛାତ୍ରଛାତ୍ରୀ ସାମିଲ ଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories